Dailyhunt
ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

ତାମିଲନାଡୁରେ ଟିଭିକେ ମ୍ୟାଜିକ୍, ୧୦୦ ଅଙ୍କ କଲା ପାର୍

Odisha News Lens 2 weeks ago

ନୂଆଦିଲ୍ଲୀ : ତାମିଲନାଡୁ ରାଜନୀତି ନେଇଛି ନୂଆମୋଡ। ଏଠାରେ ଦେଖାଯାଇଛି ଟିଭିକେର ମ୍ୟାଜିକ୍। ବିଜୟଙ୍କ ସୁପର ଏଣ୍ଟ୍ରି। ତାମିଲନାଡୁରେ ୧୦୦ ଅଙ୍କ ପାର୍ କରିଛି ଟିଭିକେ। ତାମିଲନାଡୁରେ ଟିଭିକେର ଜବରଦସ୍ତ ପ୍ରଦର୍ଶନ ଦେଖାଯାଇଛି। ଦୁଇ ପ୍ରମୁଖ ଦଳ ଡିଏମକେ ଓ ଏଆଇଏଡିଏମକେ ପଛରେ ରହିଛନ୍ତି। ଡିଏମକେ ଗାଦିଚ୍ୟୁତ ହେବା ଏକ ପ୍ରକାର ନିଶ୍ଚିତ।

ଅନେକ ଆକଳନକୁ ଭୁଲ୍ ପ୍ରମାଣିତ କରି ତାମିଲନାଡୁରେ ଏବେ ଦେଖାଯିବ ବିଜୟଙ୍କ ମ୍ୟାଜିକ୍। ବର୍ତ୍ତମାନର ସଂଖ୍ୟା ଗରିଷ୍ଠତା ଦର୍ଶାଇଛି ଯେ, ବିଜୟଙ୍କ ଦଳ ବହୁମତ ପାଇଁ ଆବଶ୍ୟକ ସଂଖ୍ୟା ନିକଟତର ହୋଇଛି। ତାମିଲନାଡୁରେ ୨୩୪ ମୋଟ୍ ଆସନ ମଧ୍ୟରୁ ୨୨୯ ଥିବା ବେଳେ ଡିଏମକେ ୪୬, ଏଆଇଡିଏମକେ ୭୬ ଓ ଟିଭିକେ ୧୦୬ ଆସନ ହାତେଇ ସାରିଛି। ଫଳାଫଳକୁ ଦୃଷ୍ଟିରେ ରଖି ଚେନ୍ନାଇରେ ବିଜୟଙ୍କ ଘରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି କରାଯାଇଛି।
ବିଜୟ ଥାଲାପଥୀଙ୍କ ରାଜନୈତିକ ଦଳ, ତାମିଜାଗା ଭେଟ୍ଟ୍ରି କାଝାଗମ (ଟିଭିକେ), ତାମିଲନାଡୁ ନିର୍ବାଚନରେ ଆରମ୍ଭରୁ ଚର୍ଚ୍ଚାର ବିଷୟ ହୋଇଛି। ବର୍ତ୍ତମାନ, ତାଙ୍କ ଦଳ ୧୦୪ଟି ଆସନରେ ଆଗୁଆ ଅଛି। ତାମିଲନାଡୁର ୨୩୪ଟି ବିଧାନସଭା ଆସନ ପାଇଁ ଭୋଟ ଗଣତି ଚାଲିଛି। ବିଜୟ ପେରାମ୍ବୁର ଏବଂ ତିରୁଚିରାପାଲି (ପୂର୍ବ) ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ଉଭୟ ସ୍ଥାନରେ ଆଗୁଆ ଅଛନ୍ତି।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens