Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ବ୍ୟାପିଗଲା

ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ଲାଗିଲା ନିଆଁ, ଦ୍ରୁତବେଗରେ ୩ ବଗିକୁ ବ୍ୟାପିଗଲା

Odisha News Lens 2 weeks ago

ପାଟନା: ସମସ୍ତିପୁରରୁ ସହରସା ଯାଉଥିବା ଯାତ୍ରୀବାହୀ ମେମୁ ଟ୍ରେନ୍‌ର ଇଞ୍ଜିନରେ ହଠାତ୍ ନିଆଁ ଲାଗିଯାଇଛି। ଏହି ଘଟଣା ସିମରି ବଖତିୟାରପୁର ରେଳ ଷ୍ଟେସନରେ ଘଟିଛି। ଭୋର ପ୍ରାୟ ୩ଟା ୪୫ ସମୟରେ ପ୍ଲାଟଫର୍ମ ନମ୍ବର ୨ରେ ଠିଆ ହୋଇଥିବା ଟ୍ରେନ୍‌ର ଇଞ୍ଜିନରୁ ଧୂଆଁ ଉଠିବା ଆରମ୍ଭ କରିଥିଲା। ନିଆଁ ଦ୍ରୁତବେଗରେ ଅନ୍ୟ ୩ ବଗିକୁ ବ୍ୟାପିବାରେ ଲାଗିଥିଲା।

ଫଳରେ ଷ୍ଟେସନ ପରିସରରେ ଆତଙ୍କ ଖେଳିଯାଇଥିଲା। ରିପୋର୍ଟ ଅନୁଯାୟୀ,ଯାତ୍ରୀମାନେ ଭୟଭୀତ ହୋଇ ସେମାନଙ୍କର ସାମଗ୍ରୀ ଛାଡ଼ି ଟ୍ରେନ୍‌ରୁ ଡେଇଁ ପଡ଼ିଥିଲେ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ଆରପିଏଫ୍ ବିଳମ୍ବରେ ପହଞ୍ଚିଥିଲା। ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ ତୁରନ୍ତ ରେଳ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଅଗ୍ନିଶମ ବାହିନୀ ପ୍ରାୟ ଏକ ଘଣ୍ଟା ପରେ ପହଞ୍ଚିଥିଲା। ସେତେବେଳକୁ ନିଆଁ ଅନେକ ବଗିକୁ ଗ୍ରାସ କରିଥିଲା। ଅଗ୍ନିଶମ କର୍ମଚାରୀମାନେ ବହୁତ ଚେଷ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ।

Powered by Froala Editor

Dailyhunt
Disclaimer: This content has not been generated, created or edited by Dailyhunt. Publisher: Odisha News Lens