Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୧୩୩ତମ ଆବିର୍ଭାବ ଦିବସ ପାଳିତ

୧୩୩ତମ ଆବିର୍ଭାବ ଦିବସ ପାଳିତ

ODISHA NEWS 1 month ago

ରାୟଗଡା, (୩୧/୦୭) : ଆପ୍ର : ରାୟଗଡା ସହର ଶିରିଗୁଡ଼ାସ୍ଥିତ ଶ୍ରୀ ମନ୍ଦିର ସତସଙ୍ଗ ବିହାର ଶ୍ରୀ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ବଡ଼ମାଙ୍କ ୧୩୩ତମ ଆବିର୍ଭାବ ଦିଵସ ମହାସମାରୋହରେ ପାଳିତ ହୋଇଯାଇଛି । 

ଏହି ପବିତ୍ର ପୁଣ୍ୟ ଦିବସରେ ବ୍ରହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ, ନହବତ ଓ ଉଷା କୀର୍ତ୍ତନ ହୋଇଥିଲା।  ୫.୨୨ସମୟରେ ପ୍ରାତଃ କାଳିନ ବିନତି ଏବଂ ସକାଳ ୮.୫୦ ସମାୟରେ ଶୁଭ ଜନ୍ମ ଲଗ୍ନ ଘୋଷଣା ସହିତ ୧୧.୩୦ମିନିଟ ସମୟେ ସତସଙ୍ଗ ଓ ସଦାଲୋଚନା ହୋଇଥିଲା । ମଧ୍ୟାହ୍ନ ୧.୩୦ ମିନିଟରେ ଆରମ୍ଭ ହୋଇଥିଲା ଆନନ୍ଦ ବଜାରରେ ପ୍ରସାଦ ସେବନ । ଅପରାହ୍ନ ୩..୦୦ ସମୟରେ ମାତ୍ରୁ ସମ୍ମିଳନୀ ସହିତ ସଂଧ୍ୟା ୬.୩୨ ସାନ୍ଧ୍ୟ କାଳିନ ବିନତି ଭଳି ପବିତ୍ର ଓ ଦିବ୍ୟ କାର୍ଯ୍ୟକ୍ରମ ଗୁଡ଼ିକ ହୋଇଥିଲା ।

ସମ୍ପୂର୍ଣ୍ଣ ସତସଙ୍ଗ ବିହାର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିବା ସହିତ ଜୀବନର ପ୍ରକୃତ ମୂଲ୍ୟ ବୋଧକୁ ସୂଚେଇ ଦେଇଥିଲା । ସତସଙ୍ଗ ଓ କୀର୍ତ୍ତନ ନକାରାତ୍ମକ ପ୍ରଭାବକୁ ଦୂର କରିବାରେ ସହାୟକ ହୋଇଥାଏ ।  

ଏହି ପଵିତ୍ର ପୁଣ୍ୟ ଦିବସକୁ ଆହୁରି ପାବନ କରିବା ନିମନ୍ତେ ରକ୍ତଦାନ ଶିବିର ମଧ୍ୟ ଆୟୋଜିତ ହେଇଥିଲା । ରକ୍ତଦାନ ଦ୍ୱାରା ଜଣକ ଜୀବନ ଦାନ ମିଳିଥାଏ। ଏପରିକି ଲିଭି ଯାଉଥିବା ଦୀପକୁ ତେଲ ଯେପରି ଜଳିବା ପାଇଁ ସହାୟତା ପ୍ରଦାନ କରିଥାଏ। ସେହିଭଳି ଜଣେ ନିରାଶ ହୋଇ ଭାଙ୍ଗିପଡ଼ିଥିବା, ଜୀବନ ସହ ସଂଘର୍ଷ କରୁଥିବା ବ୍ୟକ୍ତି ଜଣଙ୍କ ଆଵଶ୍ୟକ ରକ୍ତ ପାଇ ନୂଆ ଜୀବନ ଆରମ୍ଭ କରିଥାଏ। ରକ୍ତଦାନ ମହାପୁଣ୍ୟ ଏହି ରକ୍ତଦାନ ଶିବିରରେ ଗୁରୂ ଭାଇ ଭଉଣୀ ବେସ ଉତ୍ସାହ ଓ ଆନନ୍ଦର ସହିତ ରକ୍ତଦାନ କରିଥିଲେ ଗୁରୂ ଭାଇ ଭଉଣୀ। ସମସ୍ତ ଗୁରୂ ଭାଇ ଓ ଭଉଣୀ ଏକତ୍ରିତ ହୋଇ ଶ୍ରୀ ଶ୍ରୀ "ବଡ଼ମା"ଙ୍କ ଏହି ପଵିତ୍ର ପୁଣ୍ୟ ଦିବସରେ ନିଜକୁ ଦିବ୍ୟ ଓ "ବଡ଼ମା" ଙ୍କ ଆଶୀର୍ବାଦ ଗ୍ରହଣ କରିବା ସହ ଏହିଭଳି ପୁଣ୍ୟ ଦିବସକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS