Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୨୬ ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ସହ ଶିବ ପାର୍ବତୀ ଙ୍କ ପିତାମାତା ଚୟନ

୨୬ ତମ ଶୀତଳଷଷ୍ଠୀ ପାଇଁ ପ୍ରସ୍ତୁତି ବୈଠକ ସହ ଶିବ ପାର୍ବତୀ ଙ୍କ ପିତାମାତା ଚୟନ

ODISHA NEWS 3 months ago

ବଲାଙ୍ଗୀର//ଟିଟିଲାଗଡ, (୧୦/୦୬) : ଆପ୍ର : ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଟିଟିଲାଗଡ ଠାରେ ୨୬ ତମ ଶୀତଳଷଷ୍ଠୀ ଯାତ୍ରା ଅନୁଷ୍ଠିତ ହେବାକୁ ଯାଉଛି । 

ଏହି ପରିପ୍ରେକ୍ଷୀରେ ଟିଟିଲାଗଡ ଶୀତଳ ଷଷ୍ଠୀ କମିଟିର ଆବାହକ ତଥା ପୂର୍ବତନ ନଗରପାଳ ଶ୍ରୀଯୁକ୍ତ ଶୁଭ୍ରାଂଶୁ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ସଂନ୍ଧ୍ୟାରେ ଏକ ପ୍ରସ୍ତୁତି ବୈଠକ ହାଟପଦା ପଡ଼ାର ପ୍ରହରୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଚଳିତ ବର୍ଷ କିପରି ଧୂମଧାମରେ ଆୟୋଜନ କରାଯିବ ସେ ନେଇ ବିସ୍ତୃତ ଆଲୋଚନା ହୋଇଥିଲା । 

ବୈଠକ ସରିବା ପରେ ବର ପିତାମାତା ଏବଂ କନ୍ୟା ପିତାମାତା ଥାଳଧରା ବିଧି ଓ ଦାୟିତ୍ୱ ନେଇ ସଙ୍କଳ୍ପ ବିଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଧବଳେଶ୍ବର ବାବାଙ୍କ ପିତାମାତା ଭାବେ ଟିଟିଲାଗଡ଼ ସିରଭଟା ପଡ଼ା ନିବାସୀ ଶ୍ରୀ ମହେନ୍ଦ୍ର ରାଉତ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ମେନକା ରାଉତ ଦାୟିତ୍ଵ ନେଇଥିବା ବେଳେ ପାର୍ବତୀଙ୍କ ପିତା ମାତା ଭାବେ ଟିଟିଲାଗଡ଼ ହାଟପଦା ପଡ଼ା ନିବାସୀ ଶ୍ରୀ ସୀତାରାମ ବେହେରା ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ରେଣୁକା ବେହେରା ଦାଇତ୍ୱ ଗ୍ରହଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ବ୍ରାହ୍ମଣ ଶ୍ରୀ ଡୋଳାମଣି ମିଶ୍ର ପୂଜାକାର୍ଯ୍ୟ ତୁଲାଇଥିଲେ । 

ଏହି ଯାତ୍ରାକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସଭାପତି ଭାବେ ଶ୍ରୀପତି ସାହୁ, ସମ୍ପାଦକ ସୁଧୀର ଘଡେଇ, ଉପଦେଷ୍ଟା ଭାବରେ ବୈଠକରେ ଶୀତଳ ଷଷ୍ଠୀ କମିଟିର ଉପଦେଷ୍ଟା ଭାବେ ଲାୟନ୍ସ କ୍ଳବର ପୁର୍ବତନ ସଭାପତି ଲିଙ୍ଗରାଜ ସାହୁ, ଶ୍ରୀ ବିଷିକେଷନ ବେହେରା, ପ୍ରଭାକର ସରାଫ, ବିଷ୍ଣୁ ଦୀପ, ଗୋବିନ୍ଦ ସାହୁ, ସତ୍ୟଜିତ୍ ଷଡଙ୍ଗୀ, ସଞ୍ଜିବ ତ୍ରିପାଠୀ ରହିଥିବା ବେଳେ ଅନ୍ଯ ମାନଙ୍କ ମଧ୍ୟରେ ଶ୍ରୀ  ନାରାୟଣ ସାହୁ, ଧଳା କାହ୍ନୁ ବୁଡେକ୍, ଅଭି ବାଗ, ମନୋହର ବାଗ,ଦୁର୍ବ ଦୋରା, ସିବୁନ୍ ବାଗ, ସୁରଜ୍ ବେହେରା ଓ ରାଜା ବଗର୍ତ୍ତୀ, ଗୁରିଆ ସୁନାଙ୍କୁ ଚୟନ କରଯାଇଛି । ଏହି ବୈଠକ ସରିବା ପରେ ଉଭୟ ପକ୍ଷ ଥାଳ ଧରା ବିଧି ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିପୁଳ ଜନ ସମାଗମ ସୃଷ୍ଟି ହୋଇଥିଲା । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS