Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୩ କୁଇଣ୍ଟାଳ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ : ମାଫିଆ ଫେରାର

୩ କୁଇଣ୍ଟାଳ ରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ : ମାଫିଆ ଫେରାର

ODISHA NEWS 2 months ago

ସୁବର୍ଣ୍ଣପୁର, (୨୪/୦୬) : ଆପ୍ର : ଗାଡି ଛାଡି ଗଞ୍ଜେଇ ମାଫିଆ ଫେରାର । ଏହି ଘଟଣା ହେଉଛି ଗତକାଲି  ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ପୂଜାରୀ ସାହାଜବାହାଲ ଗାଁ'ରେ WB26 BB-0290 ବୋଲେନୋ କାରରୁ ବିପୁଳ ଗଞ୍ଜେଇ ଜବତ ଏବଂ ଗଞ୍ଜେଇ ଭର୍ତ୍ତି କାର ଛାଡି ଘଟଣା ସ୍ଥଳରୁ ୨ ଜଣ ମାଫିଆ ଫେରାର ମାରିଛନ୍ତି  ।

ବିଶ୍ୱସ୍ତ ପୁଲିସ ଖବର ପାଇଁ କାରକୁ ପିଛା କରିଥିଲା । ହେଲେ ଦ୍ରୁତ ଗତିରେ ଗଞ୍ଜେଇ ଭର୍ତ୍ତି କାର ଫେରାର ମାରିଥିବାରୁ ପୂଜାରୀ ସାହାଜବାହାଲ ଗାଁ ଭିତରେ କାରକୁ ପୁଲିସ କାବୁ କରିଥିଲା I କିନ୍ତୁ ଘଟଣା ସ୍ଥଳରୁ ମାଫିଆ ଫେରାର ମାରିଥିବାରୁ ଗଞ୍ଜେଇ ଭର୍ତ୍ତି କାରକୁ ପୁଲିସ ଜବତ କରି ତଦନ୍ତ ଚଳାଇଛି  । ଏପଟେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପହଞ୍ଚି ଛାନଭିନ ଜାରୀ ରଖିଥିବା ବେଳେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇ ଓଜନ କଲା ପରେ ସେଥିରୁ ୩ କ୍ୱିଣ୍ଟାଲ ଊର୍ଦ୍ଧ୍ୱ ଗଞ୍ଜେଇ ଗାଡିରୁ ପୁଲିସ ଜବତ କରିଥିଲା ।

ଏହି ଚଢାଉ ସମୟରେ ବିନିକା ଥାନା ଅଧିକାରୀ ଅନିତା କିଡୋ, ଏସଆଇ ମରୁତ ଚନ୍ଦ୍ର ପ୍ରଧାନ ଓ ପ୍ରଭାତୀ ଦାଶ , ତ୍ରିନାଥ ସାହୁ ପ୍ରମୁଖ ସାମିଲ ଥିଲେ । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS