Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ

୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଗିରଫ

ODISHA NEWS 1 month ago

କୋରାପୁଟ, (୦୩/୦୮) : ଆପ୍ର : କୋରାପୁଟରେ ନିଶା ରାକେଟ୍ ର ନୂଆ ଠିକଣା । ୪୫୩ ନିଶା ଇଞ୍ଜେକ୍ସନ୍ ଜବତ, ୪ ଜଣ ଗିରଫ । ସେମିଳିଗୁଡ଼ା ପୋଲିସକୁ ମିଳିଛି ବଡ଼ ସଫଳତା ।

ଗେରୁଗୁଡ଼ା ସ୍ଥିତ ଭୈରବୀ ମନ୍ଦିର ନିକଟରେ ବେଆଇନ ଭାବେ ନିଶା ଇଞ୍ଜେକ୍ସନ୍ କାରବାର ଚାଲିଥିବା ସୂଚନା ପାଇ ଚଢ଼ାଉ କରିଥିଲା ପୋଲିସ । ଘଟଣାସ୍ଥଳରୁ ୪ ଜଣଙ୍କୁ କାବୁ କରିଥିଲା । ଅଭିଯୁକ୍ତଙ୍କ ନିକଟରୁ ୪୫୩ଟି ନିଶା ଇଞ୍ଜେକ୍ସନ୍ ଆମ୍ପୁଲ୍ ଜବତ କରାଯାଇଛି । ସେଥିରେ ୩୦୨ଟି ପେଣ୍ଟାଜୋସିନ୍ ଓ ୧୫୧ଟି ଟ୍ରାମାଡୋଲ୍ ଇଞ୍ଜେକ୍ସନ୍ ରହିଛି । ଏହାସହ ଏକ ଟ୍ରାଇବର୍ କାର୍, ୪ଟି ମୋବାଇଲ୍ ଫୋନ୍ ଓ ୭ ହଜାର ୫୦୦ ଟଙ୍କା ମଧ୍ୟ ଜବତ କରାଯାଇଛି । ଗିରଫ ହୋଇଥିବା ଚାରି ଅଭିଯୁକ୍ତଙ୍କ ବିରୋଧରେ ସେମିଳିଗୁଡ଼ା ଥାନାରେ ଏନ୍ ଡିପିଏସ୍ ଆଇନରେ ମାମଲା ରୁଜୁ କରାଯାଇଛି ।

ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ନିଶା କାରବାରରେ ଆଉ କିଏ କିଏ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS