ଆଗଲପୁର, (୨୬/୦୮) : ଆପ୍ର : ବଲାଙ୍ଗିର ଆଗଲପୁର ଥାନା ରୋତ୍ ଗାଁ'ରେ ହତ୍ୟାକଣ୍ଡ । ଛୁରୀରେ ନାବଳକଙ୍କୁ ଆକ୍ରମଣ କରି ହତ୍ୟା । ଆଗଲପୁର ଥାନା ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି ।
ମୃତ ନାବାଳକ ଜଣକ ରୋତ୍ ଗାଁ'ର ରମଶେ ପଟେଲଙ୍କ ପୁଅ ସାହିଦ୍ ପଟେଲ(୧୪) ବୋଲି ବଡ଼ ସୂଚନା ରହିଛି । ସାହିଦ୍ ରୋତ୍ ଗ୍ରାମର ପ୍ରାଇମେରୀ ସ୍କୁଲ ପାଖରେ ଥିବା କ୍ଲବ ଠାରେ ଦିନ ବେଳା ସାଙ୍ଗସାଥୀଙ୍କ ସହ ତାସ ଖେଳୁଥିଲେ । ଏତିକି ବେଳେ ତାଙ୍କ ସାଙ୍ଗ ସହ ଝଗଡ଼ା ହୋଇଥିଲା । ସେହି ସମୟରେ ସେ ଘରକୁ ଗଲା ଓ ଏକ ଧାରୁଆ ଅସ୍ତ୍ର ଆଣି ସାହିଦ୍ଙ୍କ ଛାତି ବାମ ପଟରେ ଭୁସି ଦେଇଥିଲା । ସାହିଦ୍ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଆଗଲପୁର ସରକାରୀ ଚିକିତ୍ସାଳୟକୁ ଅଣାଯାଇଥିଲା ।

