Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆଜି ପବିତ୍ର ମୂଳାଷ୍ଟମୀ : ଶାରଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା

ଆଜି ପବିତ୍ର ମୂଳାଷ୍ଟମୀ : ଶାରଳାଙ୍କ ପୀଠରେ ଆରମ୍ଭ ହେବ ଷୋଡଶ ଉପଚାର ପୂଜା

ODISHA NEWS 5 years ago

ରିପୋର୍ଟ : ସୁଭାସିସ ନାୟକ 
ଜଗତସିଂହପୁର,(୨୯/୦୯) : ଆଜି ପବିତ୍ର ମୂଳାଷ୍ଟମୀ । ଆଜି ଠାରୁ ଜଗତସିଂହପୁର ଜିଲ୍ଲା ଝଙ୍କଡ଼ ସ୍ଥିତ ମା' ଶାରଳାଙ୍କ ପୀଠରେ ଆରମ୍ଭ ହୋଇଛି ପାର୍ବଣ ପୂଜା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ମୂଳାଷ୍ଟମୀ ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଦୀର୍ଘ ୧୪ ଦିନ ବ୍ୟାପୀ ପାର୍ବଣ ପୂଜା ମା'ଙ୍କ ପୀଠରେ ଅନୁଷ୍ଠିତ ହେବ ।

ଆଜି ପବିତ୍ର ମୂଳାଷ୍ଟମୀ ଅବସରରେ ଆଜିଠାରୁ ମା' ଜଗତ ଜନନୀଙ୍କୁ ବିଭିନ୍ନ ବେଶରେ ସୁସଜିତ କରାଯିବା ସହିତ ଷୋଡଶ ଉପଚାର ପୂଜା, ଚଣ୍ଡୀ ପାଠ ଆଦି କରାଯିବ । ଏହା ସହିତ ମା'ଙ୍କୁ ସୁସଜିତ ବିମାନରେ ବେଢ଼ା ପରିକ୍ରମା କରାଯିବ । କୋଭିଡ ନିୟମକୁ ପାଳନ କରି ଶ୍ରଦ୍ଧାଳୁମାନେ ମା'ଙ୍କୁ ଦର୍ଶନ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS