Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଆନ୍ତର୍ଜାତୀୟ ନିଶା ଅପବ୍ଯବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬

ଆନ୍ତର୍ଜାତୀୟ ନିଶା ଅପବ୍ଯବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ-୨୦୨୬

ODISHA NEWS 1 month ago

ରାୟଗଡା, (୨୭/୦୬) : ଆପ୍ର : ରାୟଗଡା ଜିଲ୍ଲାରେ ତା ୨୬.୦୬.୨୦୨୬ ରିଖ ଶୁକ୍ରବାର ଦିନ ଆନ୍ତର୍ଜାତୀୟ ନିଶା ଅପବ୍ଯବହାର ଏବଂ ଅବୈଧ ଚାଲାଣ ବିରୋଧୀ ଦିବସ -୨୦୨୬ ପାଳନ କରାଯାଇଅଛି । 

ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀଯୁକ୍ତ ନବୀନ ଚନ୍ଦ୍ର ନାୟକ ନିଶା ମୁକ୍ତ ଭାରତ ଅଭିଯାନ ନିମନ୍ତେ ଏକ ସଚେତନତା ପଦଯାତ୍ରାର ଶୁଭାରମ୍ଭ କରିଥିଲେ ଯାହା ଜିଲାପାଳଙ୍କ କାର୍ଯ୍ୟ।ଳୟ ରୁ ବାହାରି ପଞ୍ଚାୟତ ସମିତି କାର୍ଯ୍ୟ।ଳୟ, ରାୟଗଡାରେ ପହଞ୍ଚି ଥିଲା । ଏହି ପଦଯାତ୍ରା ରେ ପ୍ଲାକାର୍ଡ ଓ ସ୍ଲୋଗାନ ମାଧ୍ୟମରେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ରାୟଗଡା, ଅବକାରୀ ବିଭାଗ, ରାୟଗଡା ସ୍ଵୟଂ ଶାସିତ ମହାବିଦ୍ୟାଳୟ ଓ ମହିଳା ମହାବିଦ୍ୟାଳୟ, ରାୟଗଡାର ଏନ.ସି.

ସି ଛାତ୍ର ଛାତ୍ରୀ ଓ ନିଶା ନିବାରଣ କେନ୍ଦ୍ର, କୁମୁତାଲପେଟା ର କର୍ମକର୍ତ୍ତା ସମସ୍ତେ ବ୍ୟାପକ ସଚେତନତା ସୃଷ୍ଟି କରିଥିଲେ । 

ଏହାପରେ ପଞ୍ଚାୟତ ସମିତି କାର୍ଯ୍ୟ।ଳୟ, ରାୟଗଡ଼ ର ସଦଭାବନା ସମ୍ମିଳନୀ କକ୍ଷରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଶ୍ରୀମତୀ ଏଲୀଜାବେଥ ଗୋରୋଡା, ଅବକାରୀ ଅଧିକ୍ଷକ, ଶ୍ରୀଯୁକ୍ତ ସନ୍ତୋଷ କୁମାର ଧଳସାମନ୍ତ, ଅବକାରୀ ନିରିକ୍ଷକ, ବାଳକ ବିଶି, କମ୍ଭୁପାଣି ସିନ୍ଧୁ, ନେହେରୁ ଯୁବ କେନ୍ଦ୍ର ଅଧିକାରୀ, ଭି. କିଶୋର, ନିଶା ନିବାରଣ କେନ୍ଦ୍ର, କୁମୁତାଲପେଟା ର ନିଶାମୁକ୍ତ ସ୍ଵେଚ୍ଛାସେବୀ, ଶ୍ରୀ ମନବାବୁ ନାଗ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ନିଶାମୁକ୍ତ ସମାଜ ଗଠନ ନିମନ୍ତେ ସଭିଏଁ ଶପଥ ପାଠ କରିଥିଲେ ।  

ନିଶା କେବଳ ଶରୀରକୁ ନୁହେଁ ବରଂ ଆର୍ଥିକ କ୍ଷତି କରିବା ସହ ସମାଜରେ ଅପରାଧ ବୃଦ୍ଧି କରିଥାଏ, ଏଣୁ ଜନସାଧାରଣ ମୁଖ୍ଯତଃ ଯୁବ ସମାଜକୁ ନିଶା ଠାରୁ ଦୂରରେ ରହିବା ସହ ନିଜ ପରିବେଶର ନିଶାସକ୍ତଙ୍କୁ ସଚେତନ କରାଇବା ହିଁ ମୁଖ୍ୟ ଦାୟିତ୍ଵ ହେବା ଉଚିତ ବୋଲି ଅତିଥି ଗଣ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶିକ୍ଷକ, ଶ୍ରୀ ନୀଳାଚଳ ମିଶ୍ର ମଞ୍ଚ ପରିଚାଳନା କରିବା ସହ ସାମାଜିକ ସୁରକ୍ଷା ବିଭାଗର କର୍ମକର୍ତ୍ତା ଓ ଅବକାରୀ ବିଭାଗର କର୍ମକର୍ତ୍ତା ମାନେ ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ତୁଲାଇ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS