ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ପୁରୀ,(୧୨/୦୭) : କୋଭିଡ କଟକଣା ମଧ୍ୟରେ ଆରମ୍ଭ ହୋଇଯାଇଛି ରଥଯାତ୍ରା । ତିନି ରଥରେ ରଥାରୁଢ଼ ହେଲେ ତିନି ଠାକୁର । ଦେବଦଳନ ରଥରେ ସୁଭଦ୍ରା, ତାଳଧ୍ୱଜ ରଥରେ ବଳଭଦ୍ର ଓ ନନ୍ଦିଘୋଷ ରଥରେ ପ୍ରଭୁ ଶ୍ରୀଜଗନ୍ନାଥ ରଥାରୁଢ଼ ହେଲେ ।
ଧାଡ଼ି ପହଣ୍ଡିରେ ଦଇତାଙ୍କ କାନ୍ଧରେ ଝୁଲି ଝୁଲି ବଡ଼ଦାଣ୍ଡକୁ ଆସିଲେ ଚତୁର୍ଦ୍ଧାମୂର୍ତ୍ତୀ । ପ୍ରଥମେ ସୁଦର୍ଶନ ମହାପ୍ରଭୁ ପହଣ୍ଡି ହୋଇ ରଥାରୂଢ଼ ହେବା ପରେ ଶ୍ରୀବଳଭଦ୍ର ଓ ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ହେଲା । ପରେ ଶେଷରେ ପହଣ୍ଡିରେ ଆସିଥିଲେ ପ୍ରଭୁ ଶ୍ରୀଜଗନ୍ନାଥ ।
ସୂଚନାଯୋଗ୍ୟ, କୋଭିଡ କଟକଣା ମଧ୍ୟରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ପୁଲିସ ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ।
No Internet connection |