ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //
ଢାକା, (୧୪/୧୨) : ଆରମ୍ଭ ହେଲା ଟେଷ୍ଟ ସିରିଜ୍ । ବାଂଲାଦେଶ ଠାରୁ ଦିନିକିଆ ସିରିଜ ହାରିଥିବା ଟିମ ଇଣ୍ଡିଆ ଆଜି ଠାରୁ ଟେଷ୍ଟ ସିରିଜ ଖେଳିବାକୁ ମୈଦାନକୁ ଓହ୍ଲାଇଛି ।
ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ରେ ଭାରତର କାମଚଳା ଅଧିନାୟକ କେଏଲ ରାହୁଲ ଟସ୍ ଜିତିଛନ୍ତି । ଏଥିସହ ଭାରତ ପ୍ରଥମେ ବ୍ୟାଟିଂ କରିବ ବୋଲି ସେ ନିଷ୍ପତ୍ତି ନେଇଛନ୍ତି । ୩ଟି ଯାକ ଦିନିକିଆରେ ଟସ୍ ହାରିଥିବା ଭାରତ ଆଜି ପ୍ରଥମଥର ବାଂଲାଦେଶ ବିପକ୍ଷରେ ଟସ୍ ଜିତିଛି । ଆହତ କାରଣରୁ ରୋହିତ ଶର୍ମା ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବାରୁ କେଏଲ ରାହୁଲ ଦଳର କମାଣ ସମ୍ଭାଳୁଛନ୍ତି ।
ଆଜି ତାଙ୍କ ସହ ଶୁବମନ ଗିଲ୍ ଭାରତ ପାଇଁ ଇନିଂସ ଆରମ୍ଭ କରିବେ ।
No Internet connection |