ରିପୋର୍ଟ : ସନ୍ତୋଷ କୁମାର ନାୟକ
ବଲାଙ୍ଗୀର/ସଇଁତଳା, (୨୫/୦୧) : ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ସଇଁନ୍ତଲା ବ୍ଲକ ର ଘୁନସର ଗ୍ରାମ ପଞ୍ଚାୟତର ଦେଢ଼େଲ ଜଙ୍ଗଲରୁ ଜଣେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମଙ୍ଗଳବାର ଉଦ୍ଧାର କରାଯାଇଛି ।
ସୂଚନାନୁଯାଇ ଦେଢ଼େଲ ଜଙ୍ଗଲ ରେ କିଛି କାଠ ସଂଗ୍ରହ କରି ଯାଇଥିବା ଲୋକେ ଦରପୋଡ଼ା ଅବସ୍ଥା ରେ ଜଣେ ମହିଳା ଙ୍କ ସବ ପଡ଼ି ରହିଥିବା ଦେଖି ସଇଁତଳା ପୋଲିସ୍ କୁ ସୂଚନା ଦେଇଥିଲେ । ଉକ୍ତ ମୃତ ଅର୍ଦ୍ଧଦଗ୍ଧ ମହିଳା ସଇଁତଳା ଥାନା ଅନ୍ତର୍ଗତ ଠୂରନିକାନି ଗାଁ'ର ରତିନି ରଣା (୫୫) ବୋଲି ଜଣାଯାଇଛି । ଏ ନେଇ ଟିଟିଲାଗଡ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀମତି ଅଙ୍କିତା କୁମ୍ଭାର, ସଇଁନ୍ତଲା ଥାନା ଅଧିକାରୀ ଅବନି ସାହୁ ଓ ଏଏସଆଇ ଥବୀର ମହାରଣା ପ୍ରମୁଖ ସଦଳ ବଳେ ଘଟଣା ସ୍ଥଳ ରେ ପହଞ୍ଚି ସବିଶେଷ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
No Internet connection |