ODISHA NEWS
ODISHA NEWS@odishanews

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ଦଳ

ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଘୋଷଣା ହେଲା ଭାରତୀୟ ମହିଳା ଦଳ
  • 114d
  • 20 shares

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ // 
ମୁମ୍ବାଇ, (୦୨/୧୨) : ଡିସେମ୍ବର ୯ ତାରିଖରୁ ମୁମ୍ବାଇରେ ଆରମ୍ଭ ହେବ ଭାରତ ଓ ଅଷ୍ଟ୍ରେଲିଆ ମହିଳା ଦଳ ମଧ୍ୟରେ ୫ ଟିକିଆ ଟି-୨୦ ସିରିଜ । ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ଆଜି ଭାରତୀୟ ମହିଳା ଦଳ ଘୋଷଣା କରାଯାଇଛି । 

ତେବେ ଆହତ ସମସ୍ୟା ପାଇଁ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି ଭାରତୀୟ ମହିଳା ଦଳର ଅଲରାଉଣ୍ଡର ପୂଜା ବସ୍ତ୍ରକର । ସେହିପରି ଅପସ୍ପିନର ସ୍ନେହ ରାଣା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସ୍କ୍ୱାଡରେ ସ୍ଥାନ ପାଇ ନାହାଁନ୍ତି । ବିସିସିଆଇ ଗୋଟିଏ ବିବୃତିରେ କହିଛି ଯେ ୨୩ ବର୍ଷୀୟ ବସ୍ତ୍ରକର ଆହତ ସମସ୍ୟା ଦେଇ ଗତି କରୁଛନ୍ତି । ତେଣୁ ତାଙ୍କୁ ନାଁକୁ ଚୟନ ପାଇଁ ବିଚାରକୁ ନିଆଯାଇ ନାହିଁ । ସେହିପରି ଏସିଆ କପ ଜିତିଥିବା ଭାରତୀୟ ଟିମ୍‌ରେ ଥିବା ସ୍ନେହ ରାଣା ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଛନ୍ତି ।

No Internet connection

Link Copied