Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବଢ଼ିଲା ଓମଫେଡ୍ କ୍ଷୀରର ଦାମ୍, ଲିଟର ପ୍ରତି ୪ ଟଙ୍କା ବୃଦ୍ଧି

ବଢ଼ିଲା ଓମଫେଡ୍ କ୍ଷୀରର ଦାମ୍, ଲିଟର ପ୍ରତି ୪ ଟଙ୍କା ବୃଦ୍ଧି

ODISHA NEWS 1 year ago

ଭୁବନେଶ୍ୱର, (୨୧/୦୬) : ଆପ୍ର. : ପୁଣି ମହଙ୍ଗା ମାଡ । ବଢ଼ିଲା ଓମଫେଡ୍ କ୍ଷୀରର ଦାମ୍ । ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି । ବଜାରକୁ ଆସିଲା ଓମଫେଡର ନୂଆ ଦର । 

ପ୍ରିମିୟର ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି ହୋଇଛି । ଗୋଲ୍ଡ କ୍ଷୀର ଲିଟର ପ୍ରତି ୪ ଟଙ୍କା ବୃଦ୍ଧି ହୋଇଛି । ଏନେଇ ଓମଫେଡ୍ ପକ୍ଷରୁ ଦିଆଗଲା ସୂଚନା । ସୂଚନା ଅନୁଯାୟୀ ପୂର୍ବରୁ ଜୁନ ୧ ତାରିଖରେ କ୍ଷୀରର ରେଟ୍ ବୃୃଦ୍ଧି କରିବା ନେଇ ଘୋଷଣା କରିଥିଲେ ରାଜ୍ୟ ସରକାର । ସେହିପରି ଦୁଗ୍ଧ ଚାଷୀଙ୍କୁ ଅଧିକ ୩ ଟଙ୍କା ଦେବେ ରାଜ୍ୟ ସରକାର । ଖାଉଟି ମାନଙ୍କ ପାଇଁ କ୍ଷୀର ଲିଟର ପିଛା ୪ ଟଙ୍କା ବୃଦ୍ଧି ହୋଇଥିବାବେଳେ ୨ ଟଙ୍କା ବହନ କରିବେ ରାଜ୍ୟ ସରକାର । ଯାହା ଆଜିଠାରୁ ରାଜ୍ୟରେ ଲାଗୁ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS