ଦେବଗଡ଼, (୨୩/୦୬) : ଆପ୍ର : ବଜ୍ରପାତ ନେଲା ୩ ଜୀବନ। ଦେବଗଡ଼ ଜିଲ୍ଲା ବାରକୋଟ ବ୍ଳକ ବସାଲୋଇ ପଞ୍ଚାୟତରେ ଅଘଟଣ ଘଟିଛି ।
ବଜ୍ରାଘାତରେ ତେନ୍ତୁଳି ସାହିର ତିନି ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ବୁବୁନ ସାମଲ, ଡୋଳାମଣି ପେଣ୍ଠେଇ ଓ ରାଜା କଣ୍ଡୁଲାନା । ୬ଜଣ ଯୁବକ ୩ଟି ବାଇକରେ ଆସୁଥିବାବେଳେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିଲା । ସେପଟେ ତେନ୍ତୁଳିସାହିର ରାଜା କଣ୍ଡୁଲାନା ଘର ଅଗଣାରେ ଥିବାବେଳେ ବଜ୍ରାପାତ ଘଟି ତାଙ୍କ ଜୀବନ ଯାଇଛି ।
ସେପଟେ ଆଗାମୀ ୪୮ ଘଣ୍ଟା ମଧ୍ୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ପ୍ରବଳ ବର୍ଷା ଆଶଙ୍କା ଥିବାରୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

