Dailyhunt
ବାଲିଗୁଡାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ବାଲିଗୁଡାରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ

ODISHA NEWS 1 year ago

ରିପୋର୍ଟ : ବିଭୂତି ଲହରିଆ
ବାଲିଗୁଡା, (୮/୫) : କନ୍ଧମାଳ ଜିଲ୍ଲା ବାଲିଗୁଡାର ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ସଭା ଗୃହ ଠାରେ ଧୁମ ଧାମରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି   l 

ଏନଏସି ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ସଭା ରେ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି  ଭାବେ  ବାଲିଗୁଡା ଏସଡ଼ିପିଓ ରମେନ୍ଦ୍ର ପ୍ରସାଦ ସମ୍ମାନିତ ଅତିଥି ଭାବେ ବାଲିଗୁଡା ତହସିଲଦାର  ଦିପ୍ତୀ ରଞ୍ଜନ ବେହେରା, ସାଂସଦ ଙ୍କ ପ୍ରତିନିଧି ଆଦିକନ୍ଦ ପଟ୍ଟନାୟକ ମଂଚାସୀନ ଥିଲେ l ବାଲିଗୁଡା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l  ସଭାକାର୍ଯ୍ୟ ପ୍ରାରମ୍ଭ ରେ ଜଗତର ନାଥ ଜଗନ୍ନାଥ ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟାର୍ପଣ, ପ୍ରଦୀପ ପ୍ରଜ୍ଜଳନ ସହ ନୈବେଦ୍ୟ ଅର୍ପଣ ପରେ ସଭାକାର୍ଯ୍ୟ ଆରମ୍ଭ କରାଯାଇ ଥିଲା l .

  .

ଏନଏସି ଏମସିସି ଏମଆରଅଫ କାର୍ଯ୍ୟ ରତ ଏସଏଜି ମହିଳା ଓ ସଫେଇ କର୍ମଚାରୀ ଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରାଯାଇ ଥିଲା |ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ଆଶା କର୍ମୀ ଅଙ୍ଗନବାଡି କର୍ମୀ, ମହିଳା ସ୍ୱୟ ସହାୟିକା ଗୋଷ୍ଟୀ ଯୋଗଦେଇଥିଲେ l ବାଲିଗୁଡା ଏନଏସି କାର୍ଯାଳୟ ପକ୍ଷରୁ କାର୍ଯ୍ୟକ୍ରମ କୁ ସଫଳ ଆୟୋଜନ କରାଯାଇଥିଲା | .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS