Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ODISHA NEWS 1 year ago

କଣ୍ଟାବାଞ୍ଜି, (୩୦/୦୩) : ଆପ୍ର. : ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ମୁରିବାହାଲ ଥାନା ସେମିଲପାଲି ଗାଁ'ରେ ଅଭାବନୀୟ ଘଟଣା ଘଟିଛି । 

ଏକ ବନ୍ଦ ଘରୁ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଶନିବାରଠାରୁ ଉଭୟ ଘରୁ ବାହାରକୁ କୌଣସି କାମରେ ଯାଇ ଫେରିନଥିଲେ। ବିଳମ୍ବ ହେବାରୁ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ । ହେଲେ ନିରାଶ ହୋଇଥିଲେ । ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିଲା । ଆଜି ସକାଳୁ ଏକ ବନ୍ଦ ଘରୁ ପୁଲିସ୍ ଉଭୟଙ୍କ ମୃତଦେହ ଉଦ୍ଧାର କରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡିନାହିଁ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS