କାଶୀନଗର, (୧୯/୦୩) : ଆ.ପ୍ର, : ମାର୍ଚ୍ଚ ମାସ ରୁ ବଂଶଧରା ନଦୀ ଶୁଖି ଗଲାଣି, ଲଜେ ପିଇବା ପାଣି ପାଈଁ ଡହଳ ବିକଳ ଅବସ୍ଥା ଭୋଗୁଛନ୍ତି ।
ବଂଶଧରା ନଦୀ ସୁଦୂର କଳାହାଣ୍ଡି ରୁ ପ୍ରବାହିତ ହୋଇ ଆନ୍ଧ୍ର ରେ ୩୫ କିମି ପ୍ରବାହିତ ହୋଇ କଳିଙ୍ଗ ପାଟଣା ଠାରେ ସମୁଦ୍ର ରେ ମିଶିଛି | ଓଡିଶା ରେ ଏହା ୧୦୦ ରୁ ଅଧିକ କିମି ପ୍ରବାହିତ ହେଉଥିଲେ ସୁଧା ଗୋଟିଏ ବି ବେରେଜ ଓଡିଶା ସରକାର ଏଯାଏଁ କରି ପାରିଲେ ନାହିଁ । ୩୫ କିମି ଭିତରେ ଆନ୍ଧ୍ର ଦୁଇଟି ବେରେଜ ନିର୍ଣ୍ଣନ କରି ନିଜ ଲୋକଙ୍କ ସ୍ୱାର୍ଥ ଦେଖୁଥିବା ବେଳେ ୧୯୩୬ ମସିହାରୁ ଏଯାଏଁ ଗୋଟେ ବି ବେରେଜ ନିର୍ମାଣ କରିନାହିଁ । ବଂଶଧରା ଏକ ଚିର ଶ୍ରୋତା ନଦୀ ହୋଇଥିଲେ ସୁଧା ରୁ୍ୟାଲିଟି ଆଶା ରେ ଅତ୍ୟଧିକ ବାଲି ଖାନାନ ଦ୍ୱାରା ନଦୀ ଶଯ୍ୟା ଶୁଖିଯିବା ଏଜ ପ୍ରମୁଖ କାରଣ ବୋଲି ପରିବେଶ ବିତ ମାନେ କହୁଛନ୍ତି ।ପାଣିପାଗ ପରିବର୍ତନ ଆଉ ଏକ ମୂଳ କାରଣ ମଧ୍ୟ, ବର୍ଷା ଆନୁପାତିକ ଭାବେ କମ ପଡୁଥିବାରୁ ନଦୀରେ ପାଣି ନାହିଁ ।
ଏହି ନଦୀ ରେ କେତୋଗୋଟି ହାତ ଗଣତି ମେଗା ଲିଫ୍ଟ ଓ ପାନୀୟ ଜଳ ପାଈଁ କିଛି ପ୍ରକଳ୍ପ ଛଡା ଆଖିଦୃଶିଆ କୌଣସି ବଡ଼ ପ୍ରକଳ୍ପ ହାତ କୁ ନିଆ ଯାଇନାହିଁ | ଜଳ ସେଚନ ଅବସ୍ଥା ବି ସଂକଟପନ୍ନ । ଆଗାମୀ ଦୁଇମାସ ପୁଣି ଅତ୍ୟଧିକ ଗରମ ହେବ ଏବେ ଠରୁ ପିଇବା ପାଣି ସମସ୍ୟା ଦେଖା ଗଲାଣି, ଏଣୁ କାଶୀନଗର ବ୍ଲକ ର ଚାଷୀ ମାବେ ଏହି ନଦୀ ରେ ବେରେଜ ନିର୍ମାଣ ଦାବୀ କରିଛନ୍ତି ।
ଆନ୍ଧ୍ର ଗୋଟା ବେରେଜ, ଓ କାତ୍ରଗଡା ବେରେଜ କରି ପିଇବା ପାଣି ଓ ଚାଷୀ ଙ୍କ ଜମି କୁ ପାଣି ଦେଉଛି ।ଓଡିଶା ସରକାର ଗୁଡାରି ପାଖରେ ଏକ ବେରେଜ କରିବେ ବୋଲି ଏକ ଅଫିସ ଖୋଲି ଥିଲେ, ସରକାର ଦକ୍ଷିଣ ଓଡିଶା କୁ ଏଭଳି ବୈମାତୃକ ମୋନଭାବ ପୋଷଣ ଜରୁଥିବା ଅଭିଯୋଗ ମଧ୍ୟ ଉଠିଲାଣି, ଏଣୁ ତୁରନ୍ତ ପଦକ୍ଷେପ ନେବାକୁ ଜନ ସାଧାରଣ ଦାବୀ କରିଛନ୍ତି ।

