କାଶୀନଗର, (୧୯/୦୩) : ଆ.ପ୍ର, : ମାର୍ଚ୍ଚ ମାସ ରୁ ବଂଶଧରା ନଦୀ ଶୁଖି ଗଲାଣି, ଲଜେ ପିଇବା ପାଣି ପାଈଁ ଡହଳ ବିକଳ ଅବସ୍ଥା ଭୋଗୁଛନ୍ତି ।ବଂଶଧରା ନଦୀ ସୁଦୂର କଳାହାଣ୍ଡି ରୁ ପ୍ରବାହିତ ହୋଇ ଆନ୍ଧ୍ର ରେ ୩୫ କିମି ପ୍ରବାହିତ ହୋଇ କଳିଙ୍ଗ ପାଟଣା ଠାରେ ସମୁଦ୍ର ରେ ମିଶିଛି | ଓଡିଶା ରେ ଏହା ୧୦୦ ରୁ ଅଧିକ କିମି ପ୍ରବାହିତ ହେଉଥିଲେ ସୁଧା ଗୋଟିଏ ବି ବେରେଜ ଓଡିଶା ସରକାର ଏଯାଏଁ କରି ପାରିଲେ ନାହିଁ । ୩୫ କିମି ଭିତରେ ଆନ୍ଧ୍ର ଦୁଇଟି ବେରେଜ ନିର୍ଣ୍ଣନ କରି ନିଜ ଲୋକଙ୍କ ସ୍ୱାର୍ଥ ଦେଖୁଥିବା ବେଳେ ୧୯୩୬ ମସିହାରୁ ଏଯାଏଁ ଗୋଟେ ବି ବେରେଜ ନିର୍ମାଣ କରିନାହିଁ । ବଂଶଧରା ଏକ ଚିର ଶ୍ରୋତା ନଦୀ ହୋଇଥିଲେ ସୁଧା ରୁ୍ୟାଲିଟି ଆଶା ରେ ଅତ୍ୟଧିକ ବାଲି ଖାନାନ ଦ୍ୱାରା ନଦୀ ଶଯ୍ୟା ଶୁଖିଯିବା ଏଜ ପ୍ରମୁଖ କାରଣ ବୋଲି ପରିବେଶ ବିତ ମାନେ କହୁଛନ୍ତି ।ପାଣିପାଗ ପରିବର୍ତନ ଆଉ ଏକ ମୂଳ କାରଣ ମଧ୍ୟ, ବର୍ଷା ଆନୁପାତିକ ଭାବେ କମ ପଡୁଥିବାରୁ ନଦୀରେ ପାଣି ନାହିଁ ।