ODISHA NEWS
ODISHA NEWS@odishanews

ବନ୍ୟା ପାଣିରେ ଭାସି ଆସିଥିବା ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର

ବନ୍ୟା ପାଣିରେ ଭାସି ଆସିଥିବା ଅଜଣା ବ୍ୟକ୍ତିଙ୍କ ମୃତ ଦେହ ଉଦ୍ଧାର
  • 103d
  • 25 shares

ରିପୋର୍ଟ : ଧ୍ରୁବରାଜ ମିଶ୍ର 
ବିନିକା, (୧୭/୮) : ବିନିକା ଥାନା ଅନ୍ତର୍ଗତ ଅରିଗାଁ ନିକଟ ଜିରା ନଦୀ ବ୍ରିଜ ତଳେ ଥିବା ବନ୍ୟା ପାଣିରେ ଭାସି ଆସିଥିବା ଏକ ଅଜଣା ବ୍ୟକ୍ତିଙ୍କ ମୃତ ଦେହ କୁ ବିନିକା ପୁଲିସ ଜବତ କରିଛି ।

ସୂଚନା ଅନୁସାରେ ଏକ ଅଜଣା ଶବ କୁ ସ୍ଥାନୀୟ ଲୋକେ ଦେଖିବା ପରେ ତୁରନ୍ତ ବିନିକା ଅଗ୍ନିଶମ ବିଭାଗ ଓ ପୁଲିସ କୁ ଖବର ଦେଇଥିଲେ । ଅଗ୍ନିଶମ କର୍ମଚାରୀ ଓ ପୁଲିସ ତ୍ୱରିତ ସେଠାରେ ପହଞ୍ଚି ଶବକୁ ଉଦ୍ଧାର କରି ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ଆଣିଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଛି ନା ନଦୀ ବନ୍ୟା ପାଣିରେ ଭାସି ଯାଇ ମୃତ୍ୟୁବରଣ କରିଛି ସେନେଇ ସାଧାରଣରେ ଆଲୋଚନା ହେଉଥିବା ବେଳେ ପ୍ରାୟ ୩ ଦିନ ହେବ ନଦୀରେ ଭାସୁଥିବା ଅନୁମାନ କରାଯାଉଥିବା ବେଳେ ମୃତ ବ୍ୟକ୍ତି ଙ୍କ ବୟସ ଆନୁମାନିକ ୩୫ ହେବ ବୋଲି କୁହାଯାଉଛି ।

No Internet connection

Link Copied