ODISHA NEWS
ODISHA NEWS@odishanews

ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ

ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ
  • 7d
  • 20 shares

ରିପୋର୍ଟ : ଓଡ଼ିଶା ନ୍ୟୁଜ ୨୪ ବ୍ୟୁରୋ // 
ଭଦ୍ରକ, (୨୪/୧୧) : ବାପାକୁ ପିଟି ପିଟି ମାରିଦେଲେ ମା’ଓ ୪ ପୁଅଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ପୀରହାଟ ଥାନା ଅନ୍ତର୍ଗତ ଦୌଲତପୁର ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ବାବୁଆ ଦାସ ।

ବାପାକୁ ପିଟି ପିଟି ମାରିଦେଲେ ମା’ଓ ପୁଅଝିଅ । ପାରିବାରିକ କଥାକୁ ନେଇ ବାବୁଆଙ୍କ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ସବୁବେଳେ ଝଗଡ଼ା ହେଉଥିଲା । ଗତକାଲି ରାତିରେ ବାବୁଆ ନିଜ ଘରେ ଭୋଜି ଖାଇ ଶୋଇଥିଲା ସମୟରେ ବାବୁଆଙ୍କ ସ୍ତ୍ରୀ, ୩ ପୁଅ ଓ ଝିଅ ମିଶି ତାଙ୍କୁ ଏକ ଶାବଳରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ବାବୁଆ ଗୁରୁତର ଆହତ ହୋଇଥିଲେ । ତାଙ୍କର ଜଣେ ସମ୍ପର୍କୀୟ ମଣ୍ଟୁ ତାଙ୍କୁ ଉଦ୍ଧାର କରି ପ୍ରଥମେ ତିହିଡି଼ ମେଡିକାଲରେ ଭର୍ତ୍ତି କରିଥିଲେ ।

No Internet connection

Link Copied