Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବାରାହା ଶିକାର ଅଭିଯୋଗରେ ୨ ଗିରଫ

ବାରାହା ଶିକାର ଅଭିଯୋଗରେ ୨ ଗିରଫ

ODISHA NEWS 3 hrs ago

ପାଟଣା, (୨୨/୧୦) : ଆପ୍ର : ହାତ ତିଆରି ବୋମା ସାହାଯ୍ୟରେ ବାରହା ଶିକାର କରିବା ଏବଂ ତାକୁ କାଟି ମାଂସ ବିକ୍ରି କରିବା ଅପରାଧରେ ପାଟଣା ବନବିଭାଗ ମଙ୍ଗଳବାର ୨ ଜଣଙ୍କୁ ଗିରଫ କରିଛି । 

ଗିରଫ ବ୍ୟକ୍ତି ମାନେ ହେଲେ ପଲାଣଘାଟି ଗ୍ରାମର ବଗଲ ମୁଣ୍ଡା ଙ୍କ ପୁଅ ରଂଜିତ ମୁଣ୍ଡା ଏବଂ ବଣମହୁଲଡିହା ଗ୍ରାମର ଜୟକୃଷ୍ଣ ନାୟକ ଙ୍କ ପୁଅ କହ୍ନେଇ ନାୟକ ।ତାଙ୍କ ପାଖରୁ ଏକ ଜଙ୍ଗଲୀ ବାରହା ର ୯ କେଜି ୨୦୦ ଗ୍ରାମ ର କଟା ମୁଣ୍ଡ ଏବଂ ମୃତ ବାରହା ର ଦୁଇ ପଛ ଗୋଡ଼ ଜବତ ହୋଇଥିଲା । ସୂଚନା ଥାଉକି ଚଳିତ ମାସ ୭ ଏବଂ ୮ ତାରିଖ ଦୁଇଦିନ ଧରି ବନବିଭାଗ ବଣମହୁଲଡିହା ଗ୍ରାମରେ ଚଢ଼ାଉ କରି ବାରହା ମାରିବା ପାଇଁ ବ୍ୟବହୃତ ହେଉଥିବା ବିପୁଳ ପରିମାଣ ର ବିସ୍ଫୋରକ ଥିବା ବୋମା ସହିତ ଆନୁସଙ୍ଗିକ ସାମଗ୍ରୀ ଜବତ କରିଥିଲେ।ଉକ୍ତ ଘଟଣା ରେ ଦୁଇଜଣ ଜଡିତ ବ୍ୟକ୍ତି ଙ୍କ ଠାରୁ ସୂଚନା ପାଇ ଗ୍ରାମର ମଙ୍ଗଳା ମୁଣ୍ଡାଙ୍କ ଘରେ ହାତ ତିଆରି ବୋମା ଏବଂ ବୋମା ତିଆରି ସରଞ୍ଜାମ ବିଷୟରେ ତଦନ୍ତ କରାଯିବାରୁ ରଞ୍ଜିତ ମୁଣ୍ଡା ଏହି ଘଟଣା ର ମୁଖ୍ୟ ସୂତ୍ରଧର ବୋଲି ନିଜେ ସ୍ୱୀକାର କରିଛି ।  .

ତାସହିତ ବଣ ମହୁଲଡିହା ଗ୍ରାମର କିଛି ବ୍ୟକ୍ତି ଏଥିରେ ଜଡିତ ଥିବାର ସୂଚନା ମିଳିଛି ।

ସମସ୍ତ ବୋମା ତିଆରି ସରଞ୍ଜାମ ବଣ ମହୁଲଡିହା ଗ୍ରାମର ଜନୈକ ବ୍ୟକ୍ତି ଙ୍କ ସହିତ ମିଶି ହରିଚନ୍ଦନପୁର ଥାନା ଅଞ୍ଚଳର ଜନୈକ ବ୍ୟକ୍ତିଙ୍କ ନିକଟରୁ ଆଣିଥିବା ସ୍ବୀକାର କରିଛନ୍ତି । ଗତ ୭ ରିଖ ଦିନ ସୁନିଆ ମୁଣ୍ଡା ଘରୁ ଜବତ ହୋଇଥିବା ବାରହା ମାଂସ ବିଷୟରେ ପଚାରିବାରୁ କହ୍ନେଇ ନାୟକ ସୁନିଆ ମୁଣ୍ଡା ଘର କୁ ଏହି ମାଂସ ପଠାଇ ଥିଲା ଓ ସୁନିଆ ମୁଣ୍ଡା ର ସାନ ପୁଅ ଗୋପୀନାଥ ମୁଣ୍ଡା ଅନ୍ୟ ସମ୍ପ୍ରଦାୟ ହୋଇ ଥିଲେ ମଧ୍ୟ ସେ କହ୍ନେଇ ନାୟକ ର ଝିଅ କୁ ବିବାହ କରିଥିବାରୁ ସୁନିଆ ଘର କୁ କହ୍ନେଇ ମାଂସ ପଠାଇଥିବା ସ୍ୱୀକାର କରିଛି । ତେଣୁ ଉପରୋକ୍ତ ଦୁଇ ଆସାମୀଙ୍କୁ ତଦନ୍ତକାରୀ ଅଧିକାରୀ ତଥା କେନ୍ଦୁଝର ସହକାରୀ ବନଖଣ୍ଡ ଅଧିକାରୀ ଡକ୍ଟର ସୁଦୀପ୍ତ କୁମାର ପଣ୍ଡା ଗିରଫ କରି ଜେଲ ହାଜତ କୁ ପଠାଇବା ସହ ଅଧିକ ତଦନ୍ତ ଜାରି ରହିଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ଚଢ଼ାଉ ରେ ବନପାଳ ନିରଞ୍ଜନ ସେଠୀ,ବନରକ୍ଷୀ ରଞ୍ଜିତା ମହାନ୍ତଙ୍କ ସହ ପାରା କର୍ମଚାରୀ ମାନେ ସାମିଲ ହୋଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS