ଗୁଣପୁର, (୨୧/୬) : ଆପ୍ର : ରାୟଗଡ଼ା ଜିଲ୍ଲା ଗୁଣପୁର ନଗର ମଣ୍ଡଳ ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଶନିବାର ସନ୍ଧ୍ୟାରେ କେନ୍ଦ୍ର ସରକାର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୧୨ ବର୍ଷ ଏବଂ ଓଡ଼ିଶା ସରକାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୨ ବର୍ଷ ପୂର୍ତ୍ତି ଉପଲକ୍ଷେ ବିକାଶର " ଧାରା ଓଡ଼ିଶା ସାରା" ଆନୁକୁଲ୍ୟରେ ବରିଷ୍ଠ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ନଗର ସଭାପତି ଜୟଦେବ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ତଥା ଭାଜପା ବିଧାୟକ ପ୍ରାର୍ଥୀ ତ୍ରିନାଥ ଗମାଙ୍ଗ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବୁଝାଇଥିଲେ ।

