Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୌଦ୍ଧରେ ଗଞ୍ଜେଇ ଚାଲାଣବେଳେ ମାଡ଼ି ବସିଲା ପୋଲିସ: ୯ କ୍ୱିଣ୍ଟାଲ ଗଞ୍ଜେଇ ସହ ୭ ଗିରଫ

ବୌଦ୍ଧରେ ଗଞ୍ଜେଇ ଚାଲାଣବେଳେ ମାଡ଼ି ବସିଲା ପୋଲିସ: ୯ କ୍ୱିଣ୍ଟାଲ ଗଞ୍ଜେଇ ସହ ୭ ଗିରଫ

ODISHA NEWS 2 months ago

ବୌଦ୍ଧ, (୧୪/୦୭) : ଆପ୍ର : ବୌଦ୍ଧ ଜିଲ୍ଲା ମନମୁଣ୍ଡl ପୋଲିସକୁ ମିଳିଛି ବଡ ସଫଳତା । ଗଞ୍ଜେଇ ଚୋରା ଚାଲାଣ ମାମଲାରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ମନମୁଣ୍ଡା ପୋଲିସ l

ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବିଶ୍ୱସ୍ତ ସୁତ୍ରରୁ ଖବର ପାଇ ମନମୁଣ୍ଡl ପୋଲିସ ଟିମ୍  ଅଚାନକ ମନୋହରପୁର ଅଞ୍ଚଳରେ ଚଢ଼ାଉ କରିଥିଲା l ପୋଲିସ କୁ ଦେଖି ଜରି ବ୍ୟାଗରେ ଗଞ୍ଜେଇ ଭରିବା ଛାଡ଼ି ଫେରାର ମାରିବାକୁ ଚେଷ୍ଟା କରିଥିଲେ । ପୋଲିସ ଟିମ୍ ୭ ଜଣଙ୍କୁ କାବୁ କରିବାରେ ସଫଳ ହୋଇଥିଲକ୍ଷ ବେଳେ ୪ ରୁ ୫ଜଣ ଖସି ଯାଇଥିଲେ l ପୋଲିସ ଚୋରା ଚାଲାଣ ବେପାରରେ ମାଷ୍ଟର ମାଇଣ୍ଡ କୁହାଯାଉଥିବା ଭବାନୀ ଶଙ୍କର ବାରିକକୁ ଧରିବାରେ ସଫଳ ହୋଇଛି  ।  ସେମାନଙ୍କ ସହିତ ୯୦୦  କିଲୋ ଗଞ୍ଜେଇ,ଦୁଇଟି କାର, ଗୋଟିଏ ଦେଶୀ ବନ୍ଧୁକ ଓ ୧୦ ଲକ୍ଷ ନଗଦ ଟଙ୍କା ଆଦି ଜବତ କରାଯାଇଛି ।

ଅନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୁବ୍ ଶିଘ୍ର ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  । 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS