Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭାଲୁ ଆକ୍ରମଣରେ ମହିଳା ଗୁରୁତର

ଭାଲୁ ଆକ୍ରମଣରେ ମହିଳା ଗୁରୁତର

ODISHA NEWS 3 hrs ago

ଜୟପାଟଣା, (୨୭/୧୦) : ଆପ୍ର : ଗତ ଶନିବାର ଦିନ ପୂର୍ବାହ୍ନରେ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଜଣେ ମହିଳାଙ୍କ ଉପରେ ଦୁଇଟି ଭାଲୁ ଅତର୍କିତ ଆକ୍ରମଣ କରି ମୁଣ୍ଡ ଉପରେ ଶକ୍ତ ଆଘାତ ଆଣିଥିବା ବେଳେ ସଂପୃକ୍ତ ମହିଳାଙ୍କୁ ଗ୍ରାମବାସୀମାନେ ମରଣ ମୁଁହରୁ ଉଦ୍ଧାର କରିଥିବା ସୁଚନା ମିଳିଛି । 

ସୂଚନାରୁ ପ୍ରକାଶ ଯେ, ଗତ ଶନିବାର ପୂର୍ବାହ୍ନରେ ଜୟପାଟଣା ବ୍ଲକ ଅନ୍ତର୍ଗତ କଚାୁଗାଁ ପଞ୍ଚାୟତ ଢୁଟିଗୁଡ଼ା ଗ୍ରାମରେ ନିଜ ଭଉଣୀ ଘରେ ଆଶ୍ରିତ ହୋଇ ରହିଥିବା ରେମତି ପୂଝାରୀ (୪୨) ଛେଳି ଚରାଇବା ପାଇଁ ଜମି ଆଡେ ଯାଇଥିବା ବେଳେ ଦୁଇଟି ଭାଲୁ ମାଡ଼ି ବାସି ମୁଣ୍ଡର ଉପର ଚମଡାକୁ ଟାଣି ଆଣିଥିଲେ । ଚିତ୍କାର ଶୁଣି ପାଖରେ ଥିବା କିଛି ଚାଷୀ ଦୌଡ଼ି ଆସି ଆହତ ମହିଳାଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ ।  .

ପରେ ଏକ ଘରୋଇ ଗାଡ଼ିରେ ଜୟପାଟଣା ଡାକ୍ତଖାନାରେ ଭର୍ତ୍ତି କରିଥିଲେ ।

ଅବସ୍ଥା ଗୁରୁତର ଥିବାରୁ ଭବାନୀପାଟଣା, ବୁର୍ଲା ଓ ପରିଶେଷରେ ରାଉରକେଲା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଥିଲା । ଏବେ ରେମତୀଙ୍କ ଅବସ୍ଥା ସ୍ଥିର ରହିଥିବା ବେଳେ ପରବର୍ତ୍ତୀ ସମୟରେ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି ସୁଚନା ମିଳିଛି । ନିଜର ଭଉଣୀ ଘରେ ଏକାକୀ ଆଶ୍ରୟ ନେଇଥିବା ରେମତୀଙ୍କ ମାଗଣା ଚିକିତ୍ସା ସହିତ ସରକାରୀ ସହାୟତା ପାଇଁ ଦାବୀ ହେଉଛି ।



Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS