ରିପୋର୍ଟ : ସୁଶାନ୍ତ ବେହେରା
ହରଭଙ୍ଗା, (୨୩/୦୧) : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ମଣ୍ଡଳ ସ୍ତରୀୟ ଭାରତୀୟ ଜନତାପାର୍ଟି ର ପ୍ରବାସ ବୈଠକ ଆଜି ପୁରୁଣାକଟକ କଲ୍ୟାଣୀ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକ ରେ ଜିଲ୍ଲା ଭାରତୀୟ ଜନତାପାର୍ଟି ସଭାପତି ବିପ୍ରଚରଣ ମହାନ୍ତି, କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ କହେଁଇ ଚରଣ ଡାଙ୍ଗ, ୪ନଂ ଜୋନ ବିଜେପି ଜିଲ୍ଲା ପରିଷଦ ଇଂ. ରାକେଶ ତ୍ରିପାଠୀ, ବୌଦ୍ଧ ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ସୁଶାନ୍ତ ପ୍ରଧାନ, ଅରୁଣ ସାହୁ ସୂର୍ଯ୍ୟ ନାରାୟଣ ମିଶ୍ର, ମାଗୁଣି ଗାଈଗୋଉରିଆ, ସଚ୍ଚିଦାନନ୍ଦ ଦଲାଲ, ପୁରୁଣା କଟକ ମଣ୍ଡଳ ପ୍ରଭାରୀ ବାମନ ବାରିକ ଆଦି ତୁଙ୍ଗ ବିଜେପି ନେତା ଙ୍କ ସମେତ ମଣ୍ଡଳ ସ୍ତରୀୟ ଶହଶହ ବିଜେପି କର୍ମ କର୍ତ୍ତା ଯୋଗଦେଇ ପ୍ରଥମେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଙ୍କ ଜନ୍ମଦିନ ଅବସରରେ ମହାପୁରୁଷ ମାନଙ୍କ ଫୋଟୋ ଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । .
୨୦୨୪ ନିର୍ବାଚନ କୁ ଆଖିଆଗରେ ରଖି ଗାଁ ଗାଁ କୁ ବିଜେପି ର ପଦଯାତ୍ରା କରି ଜନତାଙ୍କ ସୁଖ ଦୁଃଖରେ ଭାଗନେବା ସହିତ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜି ଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ଯୋଜନା ଗୁଡିକ ବୁଝାଇ ବାକୁ ଆଲୋଚନା କରାଯାଇଥିଲା ।
No Internet connection |