Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭିଜିଲାନ୍ସ ଜାଲରେ ଓଏମଭିଡି ଟ୍ରାଫିକ୍ ଇନସ୍ପେକ୍ଟର, ୨୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ଭିଜିଲାନ୍ସ ଜାଲରେ ଓଏମଭିଡି ଟ୍ରାଫିକ୍ ଇନସ୍ପେକ୍ଟର, ୨୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ

ODISHA NEWS 1 week ago

କଟକ, (୦୪/୦୮) : ଆପ୍ର : ସୁନ୍ଦରଗଡ଼ ଭିଜିଲାନ୍ସ ଜାଲରେ ଓଏମଭିଡି ଟ୍ରାଫିକ୍ ଇନସ୍ପେକ୍ଟର । ୨୦ ହଜାର ଲାଞ୍ଚ ନେବାବେଳେ ଧରାପଡ଼ିଲେ ।

ସୁନ୍ଦରଗଡ଼ ଆର.ଟି.ଓ. କାର୍ଯ୍ୟାଳୟର ଓଏମଭିଡି ଟ୍ରାଫିକ୍ ଇନସ୍ପେକ୍ଟର ମୁକେଶ କୁମାର ମିଶ୍ର ଜଣେ ଟ୍ରକ୍ ମାଲିକଙ୍କଠାରୁ ୨୦,୦୦୦ ଟଙ୍କା ଲାଞ୍ଚ ନେଉଥିବାବେଳେ ଓଡ଼ିଶା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ଗତ ଦୁଇ ମାସର ମାସିକ କୋଟା ବାବଦକୁ ସେ ଏହି ଲାଞ୍ଚ ନେଉଥିବା ଜଣାପଡ଼ିଛି । ମିଳିଥିବା ସୂଚନା ଅନୁଯାୟୀ, ଟ୍ରକ୍ ମାଲିକଙ୍କର ଦୁଇଟି ହାଇୱା ବିନା କୌଣସି ପ୍ରତିବନ୍ଧକରେ ଜୁନ୍ ଓ ଜୁଲାଇ ମାସରେ ଚଳାଚଳ କରିବା ପାଇଁ ଟ୍ରାଫିକ୍ ଇନସ୍ପେକ୍ଟର ମିଶ୍ର ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କ ଦ୍ବାରସ୍ଥ ହୋଇଥିଲେ ଟ୍ରକ ମାଲିକ ।

ପୂର୍ବ ଯୋଜନା ମୁତାବକ, ଆଜି ଭିଜିଲାନ୍ସର ଏକ ସ୍ୱତନ୍ତ୍ର ଟିମ୍ ଚଢ଼ଉ କରି ମୁକେଶ ମିଶ୍ରଙ୍କୁ ଲାଞ୍ଚ ନେଉଥିବା ସମୟରେ ଧରିଥିଲା। ତାଙ୍କ ଠାରୁ ସମସ୍ତ ୨୦,୦୦୦ ଲାଞ୍ଚ ଟଙ୍କା ଜବତ କରାଯାଇଛି। ଧରପଗଡ଼ ପରେ, ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଟ୍ରାଫିକ୍ ଇନସ୍ପେକ୍ଟରଙ୍କ ତିନୋଟି ଲିଙ୍କ୍ ରେ ଏକକାଳୀନ ଚଢ଼ଉ ଜାରି ରହିଛି। ରାଉରକେଲା ଭିଜିଲାନ୍ସ ଥାନାରେ ଏ ନେଇ ମାମଲା ରୁଜୁ ହୋଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS