Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ , କହିଲେ -ଯୋଗ ଦ୍ୱାରା ଏକାଗ୍ରତା ଓ ସ୍ଥିରତା ଆସିଥାଏ

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ , କହିଲେ -ଯୋଗ ଦ୍ୱାରା ଏକାଗ୍ରତା ଓ ସ୍ଥିରତା ଆସିଥାଏ

ODISHA NEWS 1 year ago

ଭୁବନେଶ୍ବର, (୨୧/୦୬) : ଆପ୍ର. : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଯୋଗ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅନ୍ତର୍ଜାତୀୟ ଯୋଗ ଦିବସରେ ଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ ।

କଳିଙ୍ଗ ଷ୍ଟାଡିୟମରେ ପାଳିତ ହୋଇଛି ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ । ଯୋଗ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତର ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ଯୋଗ । ଯୋଗ ଦ୍ୱାରା ସବୁ ସମ୍ଭବ ହେବ । ପିଲାଠାରୁ ବୟସ୍କ ଯାଏଁ ସଭିଏ ଯୋଗ କରନ୍ତି । କାହିଁକି ନା ଯୋଗ ଦ୍ୱାରା ଏକାଗ୍ରତା ଓ ସ୍ଥିରତା ଆସିଥାଏ । ଏହାସହିତ ଲୋକଙ୍କୁ ଚାପମୁକ୍ତ ରଖିଥାଏ ଯୋଗ । ଆଗକୁ ବିଦ୍ୟାଳୟରେ ଯୋଗ ଶିକ୍ଷାକୁ ସାମିଲ କରାଯିବ ।

୨୦୧୫ରୁ ସାରା ବିଶ୍ୱରେ ଯୋଗ ଦିବସ ଆରମ୍ଭ ହୋଇଥିଲା ।

ସଂକ୍ରମଣ ସହ ଲଢିବା ପାଇଁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଲକ୍ଷ୍ୟରେ ପ୍ରତିବର୍ଷ ଯୋଗ ଦିବସ ପାଳନ ହେଉଛି । ୨୦୧୪ ମସିହା ସେପ୍ଟେମ୍ବର ୨୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମିଳିତ ଜାତିସଂଘରେ ସାରା ବିଶ୍ୱକୁ ଯୋଗ ଦିବସ ପାଳନ କରିବାକୁ ଆହ୍ୱାନ ଦେଇଥିଲେ । ଏହାପରେ ମାତ୍ର ତିନି ମାସ ମଧ୍ୟରେ ୧୭୫ ଦେଶର ସମର୍ଥନ ସହ ଜୁନ୍‌ ୨୧ ତାରିଖରୁ ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହୋଇଆସୁଛି । ୨୦୧୫ ମସିହା ଜୁନ୍‌ ୨୪ ତାରିଖରୁ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଆସୁଛି । ଯାହା ଆଜି ୧୧ ବର୍ଷରେ ପାଦ ଥାପିଛି ।

ଏଥିରେ ବାଚସ୍ପତି ସୁରମା ପାଢ଼ୀ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବହୁ ନେତା ମନ୍ତ୍ରୀ ଯୋଗ ଦେଇଥିଲେ। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ବହୁ ପ୍ରଶାସନିକ ଅଧିକାରୀ କାର୍ଯ୍ୟକ୍ରମରେ ସାମିଲ ହୋଇ ଯୋଗ କରିଥିଲେ ।

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS