ଭୁବନେଶ୍ୱର, (୨୮/୦୮) : ଆପ୍ର : ରାଜଧାନୀ ଭୁବନେଶ୍ୱରରେ ରହି ଯଦି ଆପଣ କୁକୁର ରଖୁଛନ୍ତି ତେବେ ସତର୍କ ରୁହନ୍ତି । ନହେଲେ ଗଣି ପାରନ୍ତି ମୋଟା ଅଙ୍କର ଫାଇନ୍ ।
କୁକୁର ପାଳନରେ ଆପତ୍ତି ନାହିଁ, କିନ୍ତୁ ଏହାଦ୍ୱାରା ଅନ୍ୟମାନଙ୍କ ସମସ୍ୟା ହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ପଟିଆଲାରେ ପୋଷା କୁକୁର ଦ୍ୱାରା ଦମ୍ପତି ଆକ୍ରମଣର ଶିକାର ଖବର ପରେ ଭୁବନେଶ୍ୱରରେ ପୋଷା କୁକୁର ମାଲିକଙ୍କୁ ମେୟର ସୁଲୋଚନା ଦାସ ଚେତାବନୀ ଦେଇଛନ୍ତି । ମେୟର କହିଛନ୍ତି, ନିଜ ସଉକ ପାଇଁ ପୋଷା କୁକୁର ରଖୁଥିବା ମାଲିକମାନେ ଏହାର ସମ୍ପୂର୍ଣ୍ଣ ଦାୟିତ୍ୱ ନିଅନ୍ତୁ । କୁକୁରକୁ ନିୟନ୍ତ୍ରଣରେ ରଖିବା ସହ ଏହା ଯେପରି ଅନ୍ୟ କାହାକୁ ଆକ୍ରମଣ ନ କରେ, ସେଥିପ୍ରତି ମାଲିକଙ୍କୁ ସଚେତନ ରହିବାକୁ ପଡ଼ିବ । .
ସେହିପରି ସର୍ବସାଧାରଣ ସ୍ଥାନରେ କୁକୁରକୁ ମଳତ୍ୟାଗ କରାଇବା, ସୌନ୍ଦର୍ୟ୍ୟକରଣ ନଷ୍ଟ କରିବା ଏବଂ ଅନ୍ୟ ଲୋକଙ୍କୁ ହଇରାଣ କରିବା ଭଳି କାର୍ଯ୍ୟରୁ ମାଲିକମାନେ ନିବୃତ୍ତ ରହିବା ଆବଶ୍ୟକ ବୋଲି ମେୟର କହିଛନ୍ତି।

