Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଳମ୍ବିତ ରାତିରେ ବନ୍ଦ ଘରୁ ଚୋରି, ଘଟଣା ସ୍ଥଳରେ ପୋଲିସ

ବିଳମ୍ବିତ ରାତିରେ ବନ୍ଦ ଘରୁ ଚୋରି, ଘଟଣା ସ୍ଥଳରେ ପୋଲିସ

ODISHA NEWS 1 year ago

ରାୟଗଡା, (୨୬/୦୫) : ଆପ୍ର. : ରାୟଗଡା ଜିଲ୍ଲାରେ ଲୁଟେରାଙ୍କ ଉବଦ୍ରଵ ଦିନକୁ ଦିନ ବଢ଼ିବାରେ ଲାଗିଛି । ନିୟୁ କଲୋନୀ ଦ୍ୱିତୀୟ ଧାଡିରେ ରହୁଥିବା ୧୨ ନମ୍ବର ୱାର୍ଡ କାଉନ୍ସିଲର ଏ ୱାଣୀ ଶ୍ରୀଙ୍କ ଘରୁ ହୋଇଛି ଲୁଟ । 

ତାଙ୍କ ଘରୁ ନଗଦ ୮୦ ହଜାର ଟଙ୍କା ଦୁର୍ବତ ଲୁଟ କରିଥବା ଜଣାପଡିଛି । ସୂଚନା ମୁତାବକ ଗତ ୨୧ ତାରିଖରୁ ଘରେ ତାଲାମାରି ସହ ପରିବାରେ ବଦ୍ରିନାଥ ଦର୍ଶନରେ ଯାଇଥିଲେ । ଘରର ସଦସ୍ୟ କେହି ନଥିବାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ ତାଲା ଭାଙ୍ଗି ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ । ଖବର ପାଇ ରାୟଗଡା ଥାନା ପୋଲିସ, ସାଇଣ୍ଟିଫିକ ଟିମ ଏବଂ ସନ୍ଧାନୀ କୁକୁର ଘଟଣା ସ୍ଥଳରେ ପହଞ୍ଚି ଛାନବିନ ଆରମ୍ଭ କରିଛି । ଚଳିତ ମାସ ୧୭ ତାରିଖ ଦିନ ମଧ୍ୟ ଅନୁରୂପ ଭାବେ  ରାୟଗଡା ଜିଲ୍ଲା ସଦର ରାଣୀଗୁଡା ଫାର୍ମ ଡିଏଫୋ ଅଫିସ ଦ୍ଵିତୀୟ ଗଳିରେ ମଧ୍ୟ ସମାନ ଢଙ୍ଗରେ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ ଦୁର୍ବୁତ୍ତ ।

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS