Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିନିକା ବ୍ଲକ ଅଧ୍ୟକ୍ଷା ସ୍ୱାମୀ  ଅଶୋକ ନନ୍ଦ ଙ୍କ ଘରକୁ ଗୁଳି ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ ଦାବିରେ ଏସ ପି ଙ୍କୁ ଭେଟିଲେ ବିନିକା ସରପଞ୍ଚ ଓ ସମିତି ସଭ୍ୟ

ବିନିକା ବ୍ଲକ ଅଧ୍ୟକ୍ଷା ସ୍ୱାମୀ  ଅଶୋକ ନନ୍ଦ ଙ୍କ ଘରକୁ ଗୁଳି ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ କୁ ଗିରଫ ଦାବିରେ ଏସ ପି ଙ୍କୁ ଭେଟିଲେ ବିନିକା ସରପଞ୍ଚ ଓ ସମିତି ସଭ୍ୟ

ODISHA NEWS 2 months ago

ସୁବର୍ଣ୍ଣପୁର , (୨୪/୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅଧ୍ୟକ୍ଷା ଦିପ୍ତିରେଖା ନନ୍ଦଙ୍କ ସ୍ୱାମୀ ଅଶୋକ ନନ୍ଦ ସୁବର୍ଣ୍ଣପୁର ବିଜେଡି ଯୁବ ଜିଲ୍ଲା ସଭାପତି ଅଟନ୍ତି । ତାଙ୍କ ସିଂଘିଯୁବା ବାସଭବନକୁ ଗତ ୧୯ ତାରିଖ ରାତି ପ୍ରାୟ ୧୧ ଟା ୩୦ ରୁ ୪୦ ମିନିଟ ସମୟରେ ଗୁଳିଚାଳନା କରି ଦୁର୍ବୃତ୍ତ ମାନେ ଫେରାର ହୋଇ ଯାଇଥିଲେ । 

ଏନେଇ ଅଶୋକ ନନ୍ଦ ଓ  ଅନ୍ୟ ଜଣେ ଥାନା ରେ ଅଭିଯୋଗ କରିଥିଲେ l ପୂର୍ବରୁ ରାମପୁର ଥାନାର ଏକ ମକଦ୍ଦମା ଜଣକୁ ପୁଲିସ ଗିରଫ କରି ଥିଲା । କିନ୍ତୁ ସେ ମଧ୍ୟ ଏହି ଘଟଣା ରେ ସମ୍ପୃକ୍ତ ଅଛି । ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିରେ ଥିବା ମୁଖ୍ୟ ଅଭିଯୁକ୍ତ ତଥା ମାଷ୍ଟର ମାଇଣ୍ଡ କୁ  ଗିରଫ କରିବା ଦାବିରେ ଆଜି ବିନିକା ବିନିକା ବ୍ଳକ ସରପଞ୍ଚ ଓ ସମିତିସଭ୍ୟ ବିନିକା ଗସ୍ତ ଆସିଥିବା ସବର୍ଣ୍ଣପୁର ଏସପି ନାରାୟଣ ନାୟକ ଙ୍କୁ ଭେଟି ଦାବୀ କରିଥିଲେ ।  .

ଏଥିରେ ବିନିକା ବ୍ଲକ ଉପାଧ୍ୟକ୍ଷ ନିର୍ମଳ ଷlଣ୍ଢ, ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା, ବିନିକା ବ୍ଳକ ସରପଞ୍ଚ ସଂଘ  ସଭାପତି ରଜତ ପଧାନ, ସିନ୍ଦୁରପୁର ସରପଞ୍ଚ କଲାକାହୁଁ ସୁନା, ବାଙ୍କିଘର୍ଡି ସମିତି ସଭ୍ୟ ମାନସ ବେହେରା, ମକରଧ୍ବଜ ଚୌଦୁରୀ, ସରୋଜ ବାରିକ ,ବଶିଷ୍ଠ ପଣ୍ଡା, କବିରାଜ ସା, ପ୍ରମୁଖ ଭେଟି ଗୁଳି ମାଡ଼ ମୁଖ୍ୟ ଅଭିଯୁକ୍ତ ଓ ଅନ୍ୟ ମାନଙ୍କୁ କୁ ଗିରଫ ଦାବି କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS