Dailyhunt
ବିନିକା ପାପକ୍ଷୟ ଲୋକ ମହୋତ୍ସବ ଉଦଯାପିତ

ବିନିକା ପାପକ୍ଷୟ ଲୋକ ମହୋତ୍ସବ ଉଦଯାପିତ

ODISHA NEWS 1 year ago

ରିପୋର୍ଟ: ଧୃବରାଜ ମିଶ୍ର
ସୁବର୍ଣ୍ଣପୁର, (୧୪/୦୨) : ସୁବର୍ଣ୍ଣପୁର ଜିଲ୍ଲା ବିନିକାରେ ଦୀର୍ଘ ୪ ଦିନ ଧରି ଚାଲିଥିବା ପାପକ୍ଷୟ ଲୋକ ମହୋତ୍ସବ ଆଜି ଉଦଯାପିତ ହୋଇଯାଇଛି । 

ମହୋତ୍ସବ କମିଟି ସଭାପତି ପ୍ରଶାନ୍ତ ଚନ୍ଦ୍ର ଦଣ୍ଡସେନାଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ଏ ଅଂଚଳର କଳା ସଂସ୍କୃତି ମହାନ ବୋଲି ବକ୍ତବ୍ୟ ରଖିଥିଲେ । ସ୍ୱତନ୍ତ୍ର ଅତିଥି ଭାବେ ବଲାଙ୍ଗୀର କଂଗ୍ରେସ ବିଧାୟକ ପ୍ରାଥୀ ସମରେନ୍ଦ୍ର ମିଶ୍ର, ବିରମହାରାଜପୁର ଜିଲ୍ଲା ପରିଷଦ ସଭ୍ୟ ଲବ କୁମାର ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପଧାନ,କଂଗ୍ରେସ ବିଧାୟକ ପ୍ରାଥୀ ପ୍ରଦୀପ ସେଠି,କମିଟି ସମ୍ପାଦକ ଧର୍ମେନ୍ଦ୍ର ସାହୁ, ଓମପ୍ରକାଶ ଅଗ୍ରୱାଲ,ଦେବରାଜ ମେହେର ପ୍ରମୁଖ ଯୋଗ ଦେଇଥିଲେ ।

ମହୋତ୍ସବ ରେ ୧୫ଟି ସାଂସ୍କୃତିକ ଦଳ ଭାଗ ନେଇ ନିଜ ନିଜ କଳା ପ୍ରଦର୍ଶନ କରିଥିଲେ । ସମସ୍ତ କଳାକାର ଓ କଣ୍ଠଶିଳ୍ପୀ ମାନଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ପାପକ୍ଷୟ ସମ୍ମାନ ରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଡ଼. ବେଣୁଧର ପାଣ୍ଡେ ଙ୍କୁ ସମ୍ମାନିତ କରାଯାଇଥିଲା । 

କାର୍ଯ୍ୟକ୍ରମ ରେ ମଞ୍ଚ ପରିଚାଳନା ଶିକ୍ଷକ ହିମାଂଶୁ ଭୂଷଣ ପଣ୍ଡା ଓ କଳାକାର ଶ୍ୱାସତ ତ୍ରିପାଠୀ କରିଥିବା ବେଳେ ଉଦଘୋଷାକ ଭାବେ ଅଲିଶା ମେହେର,ସନ୍ଧ୍ୟାରାଣୀ ମେହେର, ଦୀପଶିକା ସାହୁ,ସୋନାଲି ମେହେର ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଆଜି ସାଂସ୍କୃତିକ କାର୍ଯ୍ୟକ୍ରମ ରେ ବଜାଶାଲ ବଲାଙ୍ଗୀର,ସ୍ବର୍ଣ୍ଣଶିଖା ନୃତ୍ୟଦଳ ସେଲେଡି,ଘୁମୁରା ଦଳ ଜବଦା,ବିରଞ୍ଚି ମେହେର, ମସ୍ତରାମ ସୁନା,ରୁଚି ପାଣିଗ୍ରାହୀ, ବନ୍ଦିତା ନାୟକ,ବ୍ୟାସଦେବ ପୁରୋହିତ ପ୍ରମୁଖ ସାଂସ୍କୃତିକ ପରିବେଷଣ କରିଥିଲେ । ଶେଷରେ ନବକୃଷ୍ଣ ଦନ୍ତା ଧନ୍ୟବାଦ ଅର୍ପଣ କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS