Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବୀରମହାରାଜପୁର ପୂର୍ବତନ ବ୍ଲକ ଅଧକ୍ଷ ସନ୍ତୋଷ ଭୋଇ ଙ୍କ ପରଲୋକ : ଶବଧାରା ରେ ଯୋଗଦେଲେ ବିଧାୟକ ଙ୍କ ସମେତ ଶତାଧିକ ଶୁଭେଛୁ

ବୀରମହାରାଜପୁର ପୂର୍ବତନ ବ୍ଲକ ଅଧକ୍ଷ ସନ୍ତୋଷ ଭୋଇ ଙ୍କ ପରଲୋକ : ଶବଧାରା ରେ ଯୋଗଦେଲେ ବିଧାୟକ ଙ୍କ ସମେତ ଶତାଧିକ ଶୁଭେଛୁ

ODISHA NEWS 1 month ago

ସୁବର୍ଣ୍ଣପୁର, ୩୦/୦୭) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ର ପୂର୍ବତନ ବ୍ଲକ ଅଧକ୍ଷ ତଥା ପୂର୍ବତନ ଭାଜପା ଜିଲ୍ଲା ଯୁବ ସଭାପତି ସନ୍ତୋଷ କୁମାର ଭୋଇ ଙ୍କ ଗୁରୁବାର ଦିନ (୪୮) ବର୍ଷ ବୟସରେ ପରଲୋକ ଘଟିଛି ।

ମିଳିଥିବା ସୂଚନା ଆନୁଶାରେ ଆଜି ସକାଳ ପ୍ରାୟ ଶାତଟା  ସମୟ ହଠାତ ଅସୁସ୍ଥ ହୋଇପଡିବାରୁ ବୀରମହାରାଜପୁର ଡାକ୍ତରଖାନା କୁ ନେଇ ଥିଲେ ହେଲେ ଅବସ୍ଥା ଗୁରୁତ୍ୱର ଅନୁଭବ କରି ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନା କୁ ଚିକିତ୍ସା ପାଈଁ ନେଇ ଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ  । ଶବ ବ୍ୟବଚ୍ଛେଦ ପରେ ତାଙ୍କ ମର ଶରୀର ବୀରମହାରାଜପୁର ସ୍ଥିତ ସ୍ବର୍ଗତ ଭୋଇ ଙ୍କ ବ୍ୟବସାୟିକ ପ୍ରତିଷ୍ଠାନ ଅନ୍ନପୂର୍ଣ୍ଣା ରେସିଡେନ୍ସି କୁ ଅଣାଯିଵା ପରେ ରାଣାପାଲି ସ୍ଥିତ ବାସଭଵନ ନେଇ ଥିଲେ ।

ତାଙ୍କ ଘରେ ଶୋକାକୁଳ ପରିବେଶ ସୁଷ୍ଟି ହୋଇଥିଲା । ସ୍ବର୍ଗତ ଭୋଇ ବୀରମହାରାଜପୁର ବ୍ଲକର ଅଧ୍ୟକ୍ଷ ଭାବରେ ୨୦୧୭ ରୁ ୨୦୨୨ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । ଏହି ଶଵ ଧାରା ରେ ବୀରମହାରାଜପୁର ବିଧାୟକ ଇଞ୍ଜିନିୟର୍ ରଘୁନାଥ ଜଗଦଲା, ଭାଜପା ଜିଲ୍ଲା ସଭାପତି ବେଣୁଧର ଦାସ, ବୀରମହାରାଜପୁର ବ୍ଲକ୍ ଅଧ୍ୟକ୍ଷା ଶାନ୍ତି ଲୁହା, ଉପାଧ୍ୟକ୍ଷ ନାରାୟଣ ଲୁହା,, ଏମପି ନମିନି ନଳିନୀ ପଣ୍ଡା, କଂଗ୍ରେସ ନେତା ଲବ କୁମାର ସାହୁ, ବସନ୍ତ ମହାକୁଡ଼, ପ୍ରୀୟବ୍ରତ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ।

ସ୍ବର୍ଗତ ଭୋଇ ବୀରମହାରାଜପୁର ରେ କମ୍ପୁଟର ପ୍ରତିଷ୍ଠାନ କରି ଅଞ୍ଚଳ ଶତାଧିକ ଛାତ୍ର ଛାତ୍ରୀ ଙ୍କୁ କମ୍ପୁଟର ଶିକ୍ଷା ପ୍ରଦାନ ରେ ସାହାଯ୍ୟ କରିଥିଲେ l ସ୍ବର୍ଗତ ଭୋଇ ୨୦୨୦ ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଥିଲେ । ଗତ ୨୦୨୪ ସାଧାରଣ ନିର୍ବାଚନ ରେ ଦଳୀୟ ବିଧାୟକ ପ୍ରାର୍ଥୀଙ୍କୁ ଜିତାଇବା ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । ସ୍ବର୍ଗତ ଭୋଇ ସମାଜସେବା କ୍ଷେତ୍ର ରେ ନିଜସ୍ୱ ଉଦ୍ୟମ ରେ ଗରିବ ନିରାଶ୍ରୟ ମାନଙ୍କୁ ଅନ୍ନପୂର୍ଣ୍ଣା ଆହାର ଯୋଜନା ରେ ମାଗଣା ଖାଦ୍ୟ ପ୍ରଦାନ, ସାଧାରଣ ଲୋକଙ୍କ ମୃତ୍ୟୁ ପରେ ଶବ ନେବା ପାଈଁ ଲୋକ ହଇରାଣ ହେଉଥିବାରୁ ସେ ଜଗନ୍ନାଥ ରଥ ସେବା ନିଜସ୍ୱ ପାଣ୍ଠି ରୁ ଲୋକଙ୍କ ସେବା ରେ ଚାଲୁ କରିଥିଲେ । 

ସେ ବହୁ ସମୟ ରେ ନିରୀହ ଗରିବ ମାନଙ୍କୁ ବିଭିନ୍ନ ସମୟ ରେ ସମସ୍ତ ପ୍ରକାର ସହଯୋଗ କରୁଥିଲେ l ସେ ଜଣେ ସୁ-ସଂଗଠକ ଥିବା ବେଳେ ଜଣେ ସୁ ଵକ୍ତା ଭାବେ କ୍ଷତି ଅର୍ଜନ କରିଥିଲେ l ତାଙ୍କ ପରଲୋକ ରେ ଅଞ୍ଚଳ ରେ ଶୋକର ଛାୟା ଖେଳିଯାଇଥିଲା l ସେ ତାଙ୍କ ପଛକୁ ତାଙ୍କ ପିତା ମାତା ଙ୍କ ସମେତ ଧର୍ମ ପତ୍ନୀ ଓ ଏକମାତ୍ର ପୁତ୍ର ଏବଂ ଗୋଟିଏ ଭାଇ ଙ୍କୁ ଛାଡି ଯାଇଛନ୍ତି l ସୂଚନା ଥାଉ କି ପ୍ରାୟ ଦୁଇ ବର୍ଷ ପୂର୍ବେ ତାଙ୍କ ସାନ ଭାଇ ଙ୍କ ଅକାଳ ବିୟୋଗ ହୋଇଥିଲା l ତାଙ୍କର ଅନ୍ତିମ ସଂସ୍କାର ଲାତୁରପେଟ ସ୍ବର୍ଗ ଦ୍ବାର ଠାରେ ଅନୁଷ୍ଠିତ ହୋଇଥିଲା। ଏକ ମାତ୍ର ପୁଅ ଶୁଭମ୍ ମୁଖାଗ୍ନୀ ଦେଇଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS