ବୋଲଗଡ଼, (୦୪/୧୧) : ଆ ପ୍ର : ବୋଲଗଡ଼ରେ ବୀଭତ୍ସ ହତ୍ୟାକାଣ୍ଡ । ଯୁବକଙ୍କ ଗୋଡ଼ କାଟି ଫେରାର ହୋଇଗଲେ ଦୁର୍ବୁତ୍ତ ।
ମୃତ ଯୁବକ ହେଲେ ଗଡ଼ ଭିତର ସାହିର କେଦାର ନାଥ ପଶ୍ଚିମ କବାଟ ଓରଫ ବଗୁଲା । ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ଘଟଣାସ୍ଥଳରେ ବୋଲଗଡ଼ ପୋଲିସ ଏବଂ ଖୋର୍ଦ୍ଧା ଏସ ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି ରକ୍ତ ଜୁଡୁବୁଡୁ ଅବସ୍ଥାରେ କେଦାର ନାଥଙ୍କ ମୃତଦେହ ଘର ପଛପଟ କୁଅହୁଡାରେ ମିଳିଥିଲା । କେହି ହତ୍ୟା କରି ପକାଇ ଚାଲି ଯାଇଥିବା ଅନୁମାନ କରାଯାଉଛି । ଘଟଣାସ୍ଥଳରେ ଏକ ଇଲେକ୍ଟ୍ରି କଟର ମେସିନ ଏବଂ ଦୁଇଟି ଆଶା ବାଡ଼ି ପଡ଼ିଛି । ମୃତଙ୍କ ଗୋଡ଼ କଟା ହୋଇଥିବା ଦେଖିବାକୁ ମିଳିଛି । ମୃତ କେଦାରନାଥ ସ୍ଥାନୀୟ ମେଡିକାଲ ଛକରେ ଚାହା ଦୋକାନ ଥିଲା ।

