ODISHA NEWS
ODISHA NEWS@odishanews

ବୋରିଗୁମ୍ମା ଠାରେ ବିଧାୟକ ଙ୍କ ନେତୃତ୍ୱରେ କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ବୋରିଗୁମ୍ମା ଠାରେ ବିଧାୟକ ଙ୍କ ନେତୃତ୍ୱରେ କଂଗ୍ରେସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
  • 62d
  • 19 shares

ରିପୋର୍ଟ : ରବିଶଙ୍କର ମହାପାତ୍ର
କୋରାପୁଟ, (୨୩/୧) : କୋରାପୁଟ ଜିଲ୍ଲା ବୋରିଗୁମ୍ମା ଠାରେ ଆଜି ଆଗାମୀ ଭାରତ ଯୋଡୋ ପଦଯାତ୍ରା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । 

କଂଗ୍ରେସ ନେତା ରାହୁଳ ଗାନ୍ଧୀ ଙ୍କ ଭାରତ ଯୋଡୋ ପଦଯାତ୍ରା କ୍ରମରେ ଗତ ଅକ୍ଟୋବର ୩୧ ତାରିଖ ଠାରୁ ଓଡିଶାରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିବା ବେଳେ ଆସନ୍ତା ୨୬ ତାରିଖ ଦିନ ବୋରିଗୁମ୍ମା ଠାରେ ଥିବା ଭାରତ ଯୋଡୋ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିବା ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । 

ବ୍ଲକ କଂଗ୍ରେସ ସଭାପତି ଅଶୋକ କୁମାର ଗନ୍ତାୟତଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମାନ୍ୟବର ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗଦାନ କରି କର୍ମୀମାନଙ୍କ ସହ ଆଲୋଚନା କରିଥିଲେ ।

No Internet connection

Link Copied