Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବ୍ରାଉନସୁଗାର ଜବତ, ୪ ଗିରଫ

ବ୍ରାଉନସୁଗାର ଜବତ, ୪ ଗିରଫ

ODISHA NEWS 3 hrs ago

ସମ୍ବଲପୁର, (୦୪/୧୧) : ଆପ୍ର : ସ୍ଥାନୀୟ ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ଅଞ୍ଚଳରେ ବେଆଇନ ନିଶା କାରବାର ଚାଲୁଥିବାର ଖବର ପାଇ ପୁଲିସ ଚଢ଼ଉ କରିଥିଲା । 

ଚଢ଼ଉ ସମୟରେ ଦଲେଇପଡା ନିବାସୀ ଜାବେଦ ହୁସେନ ଓରଫ ଗୁଡ୍ଡୁ (୨୮), ପରଦେଶୀପଡା ନିବାସୀ ମାନସ ସାହୁ (୨୬), ଆମ୍ବେଦକର ନଗର ନିବାସୀ ସୋନୁ ଦୀପ (୨୩) ଏବଂ ଭତରା ନିବାସୀ ନନ୍ଦ ମାର୍ଥା (୨୮) ନାମକ ୪ ଜଣ ଯୁବକଙ୍କୁ ପୁଲିସ ଧରିଥିଲା । ସେମାନଙ୍କ ନିକଟରୁ ୧୨.୫୦ ଗ୍ରାମ ବ୍ରାଉନସୁଗାର, ୭୭୦ ଟଙ୍କା, ଗୋଟିଏ ସ୍କୁଟି, ଗୋଟିଏ ମୋବାଇଲ ଫୋନ ସମେତ ଅନ୍ୟାନ୍ୟ ସାମଗ୍ରୀ ମିଳିଥିଲା । ଏଣୁ ଟାଉନ ପୁଲିସ ଏକ ମାମଲା ରୁଜୁ କରି ସମସ୍ତ ସାମଗ୍ରୀ ଗୁଡିକୁ ଜବତ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି ଅଦାଲତକୁ ଚାଲାଣ କରିଛି । ଏହି ଘଟଣାର ବିଭିନ୍ନ ଦିଗରୁ ଅଧିକ ତଦନ୍ତ ଜାରି ରହିଛି ବୋଲି ଏସଡିପିଓ ତୁଫାନ ବାଗ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS