Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଡଃ , ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ଡଃ , ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ପାଳିତ

ODISHA NEWS 1 year ago

ଗୁଣପୁର, (୧୪/୪) : ଆପ୍ର. : ଆଜି ଗୁଣପୁର ଆମ ବଜାର ସ୍ଥିତ ଭାରତୀୟ ମାନବ ଅଧିକାର ସଂରକ୍ଷଣ ପରିଷଦ, ଓଡ଼ିଶା ଶାଖା ଅଫିସ ଠାରେ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ଡ଼ଃ, ବାବା ସାହେବ୍ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ମହା ସମାରୋହରେ ପାଳିତ ହୋଇ ଯାଇଛି । 

ଓଡ଼ିଶା ଶାଖାର ଚେୟାରମେନ ପ୍ରଭାକର ପୋଣ୍ଟୁରୁ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଵାଵା ସାହେବଙ୍କ ତୈଳ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ । ସମ୍ମାନୀତ ଅତିଥି ଭାବେ ରେଣୁକା ପୋଣ୍ଟୁରୁ , ଵିଭୂ ପ୍ରସାଦ ଶତପଥୀ, ଲାଡି ସାଵରିସ, ବିପିନ ବିହାରୀ ପାଲକା, ଲାଡି ନରସିଂହ ମୂର୍ତ୍ତି, ମଣିଙ୍ଗ ରାମ କ୍ରିଷ୍ଣା ପ୍ରମୁଖ ଯୋଗଦେଇ ସମ୍ବିଧାନ ଗଠନରେ ଵାଵା ସାହେବଙ୍କ ଭୂମିକା, ସଂଘର୍ଷମୟ ଜୀବନ, କାର୍ଯ୍ୟାବଳୀ, ବିଭିନ୍ନତା, ରାଜନୈତିକ, ଅର୍ଥନୈତିକ, ଦାର୍ଶନିକ , ସମାଜ ସଂସ୍କାରକ ପ୍ରଭୃତିର ଅଧିକାରୀ ହୋଇ ଆମ୍ବେଦକର କିପରି ସମ୍ବିଧାନ ପ୍ରତିଷ୍ଠା କରିଥିଲେ ‌ସେ ବିଷୟରେ ଆଲୋଚନା କରିଥିଲେ ।  .

ତତ୍ ସହିତ ଆମ୍ବେଦକର କିପରି ସ୍ବତନ୍ତ୍ରତା , ସମାନତା ଓ ସାମାଜିକ ନ୍ୟାୟ ଆଧାରିତ ସମାଜ ଗଠନ ପାଇଁ ଆଜୀବନ ପ୍ରଚେଷ୍ଟା କରିଥିଲେ ‌ସେ ବିଷୟରେ ଆଲୋକପାତ କରିଥିଲେ ।

ଆଜିର ଏହି ପବିତ୍ର ଦିନରେ ସମସ୍ତ ମାନବାଧିକାର କର୍ମୀମାନେ ସମାଜସେବା ସହ, ସମାଜରୁ କିପରି କୁସଂସ୍କାର, ଅନ୍ଧବିଶ୍ୱାସ, ଜାତିବାଦ, ଧର୍ମ ବାଦ ଦୂର ହୋଇପାରିବ ସେଥିପାଇଁ ଚେଷ୍ଟା କରିବାକୁ ଶପଥ ନେଇଥିଲେ । ପ୍ରତି  ଗ୍ରାମର ଲୋକମାନେ କିପରି ନିଜ ମୈ।ଳିକ ଅଧିକାରରୁ ବଞ୍ଚିତ ନହେଵେ ସେଥିପ୍ରତି ସଚେତନ ହୋଇ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ପରି ଶେଷରେ ଆଲାଜୋର ରଇତ ଧନ୍ୟବାଦ ଅର୍ପଣ କରିଥିଲେ ।



Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS