Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଦ୍ବିତୀୟ ପର୍ଯ୍ୟାୟ ନବ ନିଯୁକ୍ତ ଶିକ୍ଷକମାନଙ୍କ ପଞ୍ଚ ଦିବସୀୟ ତାଲିମ୍ ପ୍ରଦାନ ଅନୁଷ୍ଠିତ

ଦ୍ବିତୀୟ ପର୍ଯ୍ୟାୟ ନବ ନିଯୁକ୍ତ ଶିକ୍ଷକମାନଙ୍କ ପଞ୍ଚ ଦିବସୀୟ ତାଲିମ୍ ପ୍ରଦାନ ଅନୁଷ୍ଠିତ

ODISHA NEWS 1 year ago

ସୁବର୍ଣ୍ଣପୁର, (୧୩/୦୩) : ଆ.ପ୍ର. : ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ତାଲିମ " ପ୍ରେରଣା " ବିନିକା ବ୍ଲକ କର୍ତଙ୍ଗ ଉଚ୍ଚ ବିଦ୍ୟାଳୟ ଠାରେ ୮ ମାର୍ଚ୍ଚ ରୁ ୧୩ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି । 

ଏଥିରେ ମୋଟ ୭୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ତାଲିମ ପ୍ରାପ୍ତ ହୋଇଥିଲେ। ଆମ ବିଭାଗ, ମୋ ବିଦ୍ୟାଳୟ, ପିଲାଙ୍କୁ ବୁଝିବା, ପିଲାମାନେ ଶିଖନ୍ତି କିପରି, ଶ୍ରେଣୀ ପରିଚାଳନା, ପାଠ ଯୋଜନା, ମାନ ନିର୍ଦ୍ଧାରଣ, ଅଭିନବ ପ୍ରୟାସ, ଶିକ୍ଷା ସମ୍ପର୍କିତ ଇଣ୍ଡେକ୍ସ ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ପେଡାଗୋଯି କୋଡିନେଟର୍ ଡ. ଅକ୍ଷୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲକ୍ଷ୍ମୀନାରାୟଣ ସାହୁ,  ଦିଲ୍ଲିପ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସୁରେଶ କୁମାର ନାଏକ ସାଧନ କର୍ମୀ ଭାବରେ ତାଲିମ ପ୍ରଦାନ କରିଥିଲେ ।  .

ଉଦ୍‌ଯାପନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର, ପେନ୍ ଡ୍ରାଇଭ୍ ପ୍ରଦାନ କରିବା ସହିତ ଶିକ୍ଷକତାକୁ ଏକ ବୃତ୍ତି ଭାବରେ ନୁହେଁ ବରଂ ଏହାକୁ ଏକ ବ୍ରତ ରୂପେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ ।

କର୍ତଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରେମାନନ୍ଦ ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଏକ ଆଦର୍ଶ ଶିକ୍ଷକ ଭାବରେ ନିଜକୁ ଗଢ଼ି ତୋଳିବା ପାଇଁ ଆହ୍ବାନ ଦେଇଥିଲେ। ଶେଷରେ ଅଂଶଗ୍ରହଣକାରୀ ମାନେ ସାତୋଟି ଦଳରେ ଭାଗ ହୋଇ ଛଅଟି ପ୍ରସଙ୍ଗ ଆଧାରିତ ଏକାଙ୍କିକା ପରିବେଷଣ କରିଥିଲେ। କର୍ତଙ୍ଗ ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।



Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS