ସୁବର୍ଣ୍ଣପୁର, (୧୩/୦୩) : ଆ.ପ୍ର. : ସୁବର୍ଣ୍ଣପୁର ଜିଲ୍ଲାର ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ତାଲିମ " ପ୍ରେରଣା " ବିନିକା ବ୍ଲକ କର୍ତଙ୍ଗ ଉଚ୍ଚ ବିଦ୍ୟାଳୟ ଠାରେ ୮ ମାର୍ଚ୍ଚ ରୁ ୧୩ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୋଟ ୭୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରି ତାଲିମ ପ୍ରାପ୍ତ ହୋଇଥିଲେ। ଆମ ବିଭାଗ, ମୋ ବିଦ୍ୟାଳୟ, ପିଲାଙ୍କୁ ବୁଝିବା, ପିଲାମାନେ ଶିଖନ୍ତି କିପରି, ଶ୍ରେଣୀ ପରିଚାଳନା, ପାଠ ଯୋଜନା, ମାନ ନିର୍ଦ୍ଧାରଣ, ଅଭିନବ ପ୍ରୟାସ, ଶିକ୍ଷା ସମ୍ପର୍କିତ ଇଣ୍ଡେକ୍ସ ଇତ୍ୟାଦି ବିଷୟରେ ତାଲିମ ପ୍ରଦାନ କରାଯାଇଥିଲା। ପେଡାଗୋଯି କୋଡିନେଟର୍ ଡ. ଅକ୍ଷୟ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଲକ୍ଷ୍ମୀନାରାୟଣ ସାହୁ, ଦିଲ୍ଲିପ କୁମାର ମିଶ୍ର, ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସୁରେଶ କୁମାର ନାଏକ ସାଧନ କର୍ମୀ ଭାବରେ ତାଲିମ ପ୍ରଦାନ କରିଥିଲେ । .ଉଦ୍ଯାପନୀ ସଭାରେ ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲକ୍ଷ୍ମଣ ମିଶ୍ର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ସମସ୍ତ ଅଂଶଗ୍ରହଣକାରୀଙ୍କୁ ମାନପତ୍ର, ପେନ୍ ଡ୍ରାଇଭ୍ ପ୍ରଦାନ କରିବା ସହିତ ଶିକ୍ଷକତାକୁ ଏକ ବୃତ୍ତି ଭାବରେ ନୁହେଁ ବରଂ ଏହାକୁ ଏକ ବ୍ରତ ରୂପେ ଗ୍ରହଣ କରିବାକୁ ପ୍ରେରଣା ଦେଇଥିଲେ ।