ODISHA NEWS
ODISHA NEWS@odishanews

ଧାନ ବିକ୍ରିରେ ଅବ୍ୟବସ୍ଥା ଅଭିଯୋଗ କରି ରାସ୍ତା ଅବରୋଧ କଲେ ଚାଷୀ

ଧାନ ବିକ୍ରିରେ ଅବ୍ୟବସ୍ଥା ଅଭିଯୋଗ କରି ରାସ୍ତା ଅବରୋଧ କଲେ ଚାଷୀ
  • 61d
  • 23 shares

ରିପୋର୍ଟ : ପ୍ରେମାନନ୍ଦ ନାଏକ
ବୀରମହାରାଜପୁର, (୨୫/୦୧) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକର ହିଲୁଙ୍ଗ ମଣ୍ଡିରୁ ଧାନ କିଣାରେ ଅବ୍ୟବସ୍ଥା ଅଭିଯୋଗ କରି ଏହା ପ୍ରତିବାଦରେ ମଙ୍ଗଳବାର ସ୍ଥାନୀୟ ଚାଷୀମାନେ ଦୀର୍ଘ ସମୟ ଧରି ବୀରମହାରାଜପୁର - ଅମରପାଲି ରାସ୍ତାର ପଥରଘାଟ ଠାରେ ଅବରୋଧ କରିଥିଲେ । 

ଫଳରେ ରାସ୍ତାର ଉଭୟ ପାର୍ଶ୍ଵରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିଥିଲା । ଶତାଧିକ ଚାଷୀ ରାସ୍ତା ଉପରେ ବସିରହି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଚାଷୀଙ୍କ ଅଭିଯୋଗ ଅନୁସାରେ ହିଲୁଙ୍ଗ ମଣ୍ଡି ଉପରେ ହିଲୁଙ୍ଗ ଓ ଚମ୍ପାମାଳ ଆଦି ଦୁଇଟି ପଞ୍ଚାୟତର ଚାଷୀ ନିର୍ଭର କରନ୍ତି । ଉକ୍ତ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଧାର୍ଯ୍ୟ ତାରିଖରେ ଧାନ ଆଣିଥିଲେ ।

No Internet connection

Link Copied