Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି

ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି

ODISHA NEWS 2 months ago

ବ୍ରହ୍ମପୁର, (୧୮/୦୭) : ଆପ୍ର : ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୪ ଓ ୫ ତାରିଖ ରେ ଗଞ୍ଜାମ ଗସ୍ତରେ ଆସିବା କାର୍ଯକ୍ରମ ରହିଛି । 

କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ସୂଚନା ମିଳିନଥିଲେ ମଧ୍ୟ ୪ ତାରିଖ ରେ ଗଞ୍ଜାମର ତପ୍ତପାଣି ଠାରେ ଆଦିବାସୀ ଶବର ସମାଜ ର ସମ୍ମିଳନୀରେ ରାଷ୍ଟ୍ରପତି ଯୋଗଦେବା ସମ୍ଭାବନା ରହିଛି । ସମ୍ମିଳନୀରେ ଗଞ୍ଜାମ ଓ ଗଜପତି ଜିଲ୍ଲାର ଆଦିବାସୀ ଶବର ସମାଜ କର୍ମକର୍ତ୍ତା ସାମିଲ ହେବେ । ତପ୍ତପାଣି ଗଞ୍ଜାମ ଓ ଗଜପତି ଜିଲ୍ଲା ର ସୀମା ରେ ରହିଥିବା ରୁ ଏଠାରେ କାର୍ଯକ୍ରମ ଆୟୋଜିତ ହେଉଥିବା କୁହାଯାଉଛି । ତେବେ ଏ ସଂକ୍ରାନ୍ତ ରେ କୌଣସି ନିର୍ଦିଷ୍ଟ ସୂଚନା ଓ ତାରିଖ କିମ୍ବା କାର୍ଯକ୍ରମ ଚୂଡ଼ାନ୍ତ ହୋଇନଥିବା ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ କହିଛନ୍ତି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS