Dailyhunt
ଗିଜର୍ ସଜାଡ଼ିବାବେଳେ ଚାଲିଗଲା ପ୍ରାଣ

ଗିଜର୍ ସଜାଡ଼ିବାବେଳେ ଚାଲିଗଲା ପ୍ରାଣ

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ବାଲେଶ୍ଵର, (୨୪/୦୧) : ବାଥରୁମରେ ଲାଗିଥିବା ଗିଜର୍ ନେଲା ଜୀବନ । ଖରାପ ଗିଜର୍ ମେସିନକୁ ସଜାଡ଼ିବା ବେଳେ ଜଣେ ମିସ୍ତ୍ରୀଙ୍କର ମୃତ୍ୟୁ ହୋଇଛି । 

ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସହଦେବଖୁଣ୍ଟା ଥାନା ଅଞ୍ଚଳରେ । ଅରଡ ବଜାର ୩୧ନଂ ୱାର୍ଡରେ ଜଣଙ୍କ ଘରେ ଗିଜର୍ ସଜାଡ଼ିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଖବର ଲେଖା ଯିବା ବେଳକୁ ମୃତକଙ୍କ ପରିଚୟ ମିଳି ପାରି ନାହିଁ । ମୃତ ଯୁବକ ହେଲେ ଅଚ୍ୟୁତ ବେହେରା । ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ସିଂଲା ଥାନା ଅନ୍ତର୍ଗତ ସାର୍ଥା ଅଞ୍ଚଳର ଯୁବକ ଅଚ୍ୟୁତ ବେହେରା ଗିଜର୍ ସଜାଡ଼ିବାକୁ ଅରଡ଼ବଜାର ନିକଟ ହରିପରୁ ଗ୍ରାମକୁ ଯାଇଥିଲେ ।

ସେ ଜଣକ ଘରେ ଗିଜର୍ ସଜାଡୁଥିବା ବେଳେ ବିଦ୍ୟୁତ ଆଘାତର ଶିକାର ହୋଇଥିଲେ । ଉକ୍ତ ପରିବାର ଲୋକ ତୁରନ୍ତ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ । ବିଦ୍ୟୁତ ବିଭାଗ କର୍ମଚାରୀ ତାଙ୍କୁ ଉଦ୍ଧାର କରି ମେଡ଼ିକାଲରେ ଭର୍ତ୍ତି କରିଥିଲା । ମାତ୍ର ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । 

 

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS