ODISHA NEWS
ODISHA NEWS@odishanews

ଗୋରୁଗାଡି ଜବତ, ୭୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର

ଗୋରୁଗାଡି ଜବତ, ୭୦ ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର
  • 61d
  • 14 shares

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ // 
ଢେଙ୍କାନାଳ, (୨୪/୦୧) : ଢେଙ୍କାନାଳ ଟାଉନଥାନା ମହିଷାପାଟ ଜାତୀୟ ରାଜପଥରୁ ଗୋରୁଗାଡି ଜବତ କରାଯାଇଛି । 

କଣ୍ଟେନର ଗାଡିରେ ୭୦ରୁ ଉର୍ଦ୍ଧ୍ୱ ଗୋରୁ ଉଦ୍ଧାର କରାଯାଇଛି । ବଜରଙ୍ଗ କ୍ଳବ ଓ ଟାଉନଥାନା ପୋଲିସ ସହଯୋଗ ରେ ଗୋରୁଗାଡି ଜବତ କରାଯାଇଛି । ସୁଚନା ମୁତାବକ କଣ୍ଟେନରରେ ଶହଶହ ଗୋରୁ ନେଇ ଅନୁଗୋଳ ଆଡ଼ୁ କଟକ ଆଡ଼େ ଯାଉଥିବା ସମୟରେ କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ସାମାଜିକ ଅନୁଷ୍ଠାନ ବଜରଙ୍ଗ କ୍ଲବର ସଦସ୍ୟ ଓ ଟାଉନ ଥାନା ପୋଲିସ ସହଯୋଗରେ ଗାଡିକୁ ଜବତ୍ କରାଯାଇଛି । ୩ଟି ଗାଡି ଫେରାର ହୋଇଯାଇଥିବା ବେଳେ ଗୋଟିଏ ଗାଡିକୁ ଜବତ କରିଛନ୍ତି । ଗାଡିର ଚାଳକ ଫେରାର ହୋଇଯାଇଛନ୍ତି । ବଜରଙ୍ଗ କ୍ଲବର ସଦସ୍ୟମାନେ ଗାଡିଟିକୁ ଜବତ କରି କେନ୍ଦ୍ରିୟ ବିଦ୍ୟାଳୟ ନିକଟ ପୌରପରିଷଦର ଗୋରୁ ଉଦ୍ଧାର କେନ୍ଦ୍ରରେ ଭର୍ତ୍ତି କରିଛନ୍ତି ।

No Internet connection

Link Copied