Dailyhunt
ହସ୍ପିଟାଲରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ହସ୍ପିଟାଲରୁ ଡେଇଁ ରୋଗୀଙ୍କ ଆତ୍ମହତ୍ୟା

ODISHA NEWS 1 year ago

ରିପୋର୍ଟ : ଓଡିଶା ନ୍ୟୁଜ ୨୪ ବ୍ୟୁରୋ //  
କଟକ, (୩୦/୦୧) : ମେଡିକାଲର ୪ ମହଲାରୁ ଡେଇଁ ପଡିଲେ ରୋଗୀ, ଚାଲିଗଲା ଜୀବନ । କଟକ ଜଗତପୁର ନିକଟସ୍ଥ ଏକ ଘରୋଇ ହସ୍ପିଟାଲରେ ଅଭାବନୀୟ ଘଟଣା ଘଟିଛି । 

ଜଣେ ରୋଗୀ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବାବେଳେ ହଠାତ୍ ୪ ମହଲାରୁ ଡେଇଁ ପଡିଥିଲେ । ଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା ।  ମୃତକ ଢେଙ୍କାନାଳର ପ୍ରଭାସ ଧଳ ବୋଲି ଜଣାପଡିଛି । ତେବେ ପ୍ରଭାସ କେଉଁ କାରଣରୁ ଆତ୍ମହତ୍ୟା କରିଛନ୍ତି, ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ପୁଲିସ୍ ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS