Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ହାତୀ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ର ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ପରିବାରକୁ ଭେଟି ସହାୟତା ପ୍ରତିଶୃତି ଦେଲେ

ହାତୀ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ର ମୃତ୍ୟୁ ଘଟଣାରେ କଣ୍ଟାବାଞ୍ଜି ବିଧାୟକ ପରିବାରକୁ ଭେଟି ସହାୟତା ପ୍ରତିଶୃତି ଦେଲେ

ODISHA NEWS 1 year ago

ରିପୋର୍ଟ : ଭଗବାନ ମହାନ୍ତି 
ମୁରିବାହାଲ, (୩/୩) : ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୁଡିଘାଟ ପଞ୍ଚାୟତ ମୁରିବାହାଲ ରେଞ୍ଜ ଅଞ୍ଚଳରେ ଗତ ମଙ୍ଗଳବାର ସନ୍ଧ୍ୟାରେ ହାତୀପଲ ଘଉଡ଼ାଇବାକୁ ଯାଇ ପାରା ସ୍କ୍ୱାର୍ଡ ସଦସ୍ୟଙ୍କ ହାତୀ ଆକ୍ରମଣ ରେ ମୃତ୍ୟୁ ହୋଇଯାଥିଲା  l

ସୂଚନା ଅନୁସାରେ ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ ଗୋବିନ୍ଦପୁର ଜଙ୍ଗଲରେ ହାତୀପଲ ଗାଁ ମୁହାଁ ହେଉଥିଲେ  l ବନକର୍ମଚାରି ସହ ୧୬/୧୭ ଟିକିଆ ହାତୀଙ୍କ ଗତିପଥ ଅନୁଧ୍ୟାନ ଓ ଘଉଡାଇବାକୁ ଗତ ମଙ୍ଗଳବାର ୨୫ ତାରିଖ ସନ୍ଧ୍ୟାରେ ଯାଇଥିଲେ |ହାତୀପଲ ଦୌଡୁଥିବା ବେଳେ ଗୋଟିଏ ହାତୀ ଗୋଠ ଛଡା ହୋଇଥିଲା l ବନ କର୍ମଚାରୀ ଓ ପାରା ସ୍କ୍ୱାର୍ଡଙ୍କୁ ଲକ୍ଷ୍ୟ କରି ଗୋଠ ଛଡା ହାତୀ ଆକ୍ରମଣ କରିଥିଲା  l ଏଥିରେ ଘୁଷୁରାମୁଣ୍ଡା ଗ୍ରାମର ଓମ୍ କାର ବାଗ (୩୮)ଗୁରୁତର ହୋଇଥିଲେ  l  .

ତାଙ୍କୁ ଉଦ୍ଧାର କରି ପାଟଣାଗଡ଼ ଡାକ୍ତରଖାନା କୁ ନିଆଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଗୋଷଣା କରିଥିଲେ l ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ପରିବାରକୁ ସୋମବାର ଦିନ କଣ୍ଟାବାଞ୍ଜି ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗ ଘରକୁଯାଇ ଭେଟି ସାନ୍ତ୍ୱନା ଦେବା ସହ ସ୍ବର୍ଗତ ଓମକାରର ବାଗ ଦୁଇ ଛୋଟ ଛୋଟ ଛୁଆ ଏବଂ ତାଙ୍କ ସ୍ତ୍ରୀ ଙ୍କୁ ସରକାରଙ୍କ ସମସ୍ତ ଯୋଜନା ଯୋଗାଇ ଦିଆଯିବ ବୋଲି ପ୍ରତିଶୃତି ଦେଇଥିଲେ  l ଏହି ଅବସରରେ ବିଜେପି ନେତା ଦେବବ୍ରତ ଥନାପତି, କିଶୋର ଘିଭେଲା, ପ୍ରମୁଖ ଉପସ୍ଥିତ ଥିଲେ l .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS