ODISHA NEWS
ODISHA NEWS@odishanews

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସାମ୍ୱାଦିକ ସମ୍ମିଳନି ଅନୁଷ୍ଠିତ

ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ତରଫରୁ ସାମ୍ୱାଦିକ ସମ୍ମିଳନି ଅନୁଷ୍ଠିତ
  • 61d
  • 21 shares

ରିପୋର୍ଟ : ସନ୍ତୋଷ କୁମାର ନାୟକ 
ବଲାଙ୍ଗୀର/ଟିଟିଲାଗଡ଼, (୨୪/୦୧) : ଦିନକୁ ଦିନ ଦେଶରେ ଜନସଂଖ୍ୟା ହୁ ହୁ ହୋଇ ବଢ଼ି ଚାଲିଛି । ଏହାକୁ ନିୟନ୍ତ୍ରଣ କରିବା ପାଇଁ ଜନସଂଖ୍ୟା ସମାଧାନ ଫାଉଣ୍ଡେସନ ଟିଟିଲାଗଡ ଶାଖା ପକ୍ଷରୁ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।

ଜିଲ୍ଲା ସଭାପତି ଆଲୋକ ନାୟକଙ୍କ ସଭାପତିତ୍ୱରେ ଏହା ଅନୁଷ୍ଠିତ ହୋଇଥିଲା । ଗୋଟିଏ ପରିବାର ପାଇଁ ୨ ସନ୍ତାନ ଆଇନକୁ ସର୍ବସମ୍ମତି କ୍ରମେ ପାର୍ଲିଆମେଣ୍ଟରେ ଆଇନ ସ୍ଵୀକୃତି ଦିଆଯାଉ ବୋଲି ଦାବି କରାଯାଇଛି । ଏ ନେଇ ସଭାପତି ଆଲୋକ ନାୟକ କହିଥିଲେ ଯେ ପ୍ରତ୍ୟେକ ଦିନ ଆମ ଦେଶରେ ୬୮,୭୦୦ ଶିଶୁ ଜନ୍ମ ଗ୍ରହଣ କରୁଛନ୍ତି । ସେଥି ମଧ୍ୟରୁ ସଂଖ୍ୟା ଲଘୁ ସମ୍ପ୍ରଦାୟର ୫୬,୫୦୦ ଶିଶୁ ଏବଂ ୩,୭୦୦ ଶିଶୁ ସଂଖ୍ୟା ଗରିଷ୍ଠ ସମ୍ପ୍ରଦାୟର ।

No Internet connection

Link Copied