Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ

ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ

ODISHA NEWS 3 months ago

ରାୟଗଡା, (୧୫/୦୬) : ଆପ୍ର : ଜେକେ କାଗଜ କଳ ତରଫରୁ କାଗଜ କଳ ପରିସରରେ ଆଜି ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି ।  

ଏହି କାର୍ଯ୍ୟକ୍ରମ ରେ ଶ୍ରୀ ବିଶ୍ଵଜିତ ଦ୍ଵିବେଦୀ, ଉପସଭାପତି (ବାଣିଜ୍ଯ ) ,ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ତତ୍ ସଙ୍ଗେ କାଗଜ କଳ ର କର୍ମଚାରୀ ମାନେ ମଧ୍ୟ ୧୫୦୦ ପାଖାପାଖି ବୃକ୍ଷ ରୋପଣ କରି ଥିଲେ। ତାଙ୍କ ବକ୍ତବ୍ୟ ମାଧ୍ୟମରେ ରେ  ""ଜଳବାୟୁ କାର୍ଯ୍ୟାନୁଷ୍ଠାନ – ସୁସ୍ଥିର ଭବିଷ୍ୟତ ପାଇଁ ପ୍ରତ୍ୟେକ ପଦକ୍ଷେପ ନେବା ଉପରେ ଗୁରୁତ୍ଵ ଆରୋପ କରିଥିଲେ ଏବଂ ଜଳବାୟୁ ପରିବର୍ତ୍ତନ ଆଜି ବିଶ୍ୱର ଏକ ଗୁରୁତର ସମସ୍ୟା ହୋଇପଡ଼ିଛି । 

ବୃକ୍ଷରୋପଣ, ଶକ୍ତି ସଞ୍ଚୟ, ପ୍ଲାଷ୍ଟିକର ବ୍ୟବହାର କମାଇବା ଏବଂ ପ୍ରାକୃତିକ ସମ୍ପଦର ସୁରକ୍ଷା ମାଧ୍ୟମରେ ଆମେ ଏହାର ମୁକାବିଲା କରିପାରିବା ।

ଛୋଟ ଛୋଟ ସକାରାତ୍ମକ ପଦକ୍ଷେପ ମିଶି ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥିର ଭବିଷ୍ୟତ ଗଢ଼ିପାରିବ । ପୃଥିବୀକୁ ସୁରକ୍ଷିତ ରଖିବା ପାଇଁ ଆମ ସମସ୍ତଙ୍କ ସକ୍ରିୟ ଅବଦାନ ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ଅଶୋକ ଭୋଇ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ର ଆଞ୍ଚଳିକ ଅଧିକାରୀ ଓ ଶ୍ରୀ ପ୍ରଭୁଦେବ ବେହେରା,  ସହକାରୀ ଯନ୍ତ୍ରୀ, ରାଜ୍ଯ ପ୍ରଦୂଷଣ ବୋର୍ଡ, ରାୟଗଡ଼ା ଶାଖା ଓ  କାଗଜ କଳ ର ଏମ୍ ଆର୍ କେ ରାୟ, ବରିଷ୍ଠ ମହା ପ୍ରବନ୍ଧକ (ମେକାନିକାଳ) ଓ ବରିଷ୍ଠ ଅଧିକାରୀ ମାନେ ଯୋଗଦାନ କରିଥିଲେ। ଶ୍ରୀ ସତ୍ୟଜିତ ମହାନ୍ତି,ମହାପ୍ରବନ୍ଧକ (ପରିବେଶ , ସୁରକ୍ଷା ଓ ସ୍ୱାସ୍ଥ୍ୟ )  ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପରିବେଶ ନିୟନ୍ତ୍ରଣ ଓ ସୁରକ୍ଷା ବିଭାଗ ର ଅଧିକାରୀ ମାନେ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS