ଗୁଣୁପୁର, (୪/୭) : ଆପ୍ର : ଆଜି ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟଳୟ ପରିସରରେ ବନମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି ।
ବିଶ୍ୱ ବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ଗୁଣୁପୁର ବନ ବିଭାଗ ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜଗନ୍ନାଧା ରାଓ,ପ୍ରଫେସର ଡ଼ଃ ଏ ଭି ଏନ ଏଲ ଶର୍ମା ,ସ୍କୁଲ୍ ଅଫ ନର୍ସିଂ ର ଅଧ୍ୟକ୍ଷା କେ ଜୟଶ୍ରୀ, ପ୍ରଫେସର ପ୍ରତିଭା କର ପ୍ରମୁଖ ଯୋଗ ଦେଇ ପ୍ରଥମେ ଚାରାରୋପଣ କରି ଶୁଭ ଉଦଘାଟନ କରିଥିଲେ ।
ଏହି ଅବସରରେ ଗୁଣୁପୁର ବନ ବିଭାଗର ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ଆଚାର୍ଯ୍ୟ , ବନପାଳ ପୂର୍ଣ୍ଣଚନ୍ଦ୍ର ପାତ୍ର , ସବିତା ମହାପାତ୍ର,ବନରକ୍ଷୀ ରାମ କୁମାର ନାୟକ ,ସୂର୍ଯ୍ୟ ନାରାୟଣ ମହାଙ୍କୁଡ ପ୍ରମୁଖ ଉପସ୍ଥିତ ରହିଥିଲେ ।

