Dailyhunt
ଜୀବନଜ୍ୟୋତି କଲେଜ୍ ରେ ଆତ୍ମସୁରକ୍ଷା ତାଲିମ୍ ଆଜି ଶେଷ

ଜୀବନଜ୍ୟୋତି କଲେଜ୍ ରେ ଆତ୍ମସୁରକ୍ଷା ତାଲିମ୍ ଆଜି ଶେଷ

ODISHA NEWS 1 year ago

ରିପୋର୍ଟ : ଜଗଦୀଶ ଦାଶ 
ରାଇକିଆ, (୧୬/୦୧) : କନ୍ଧମାଳ ଜିଲ୍ଲା ରାଇକିଆ ଜୀବନ ଜ୍ୟୋତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୦୬/୦୧/୨୦୨୫ ରେ +୨ ପ୍ରଥମ ବର୍ଷ କଳା/ ବିଜ୍ଞାନ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ୍ କାର୍ଯ୍ୟକ୍ରମ ଅଧ୍ୟକ୍ଷ ଶ୍ରୀ ପ୍ରଭାକର ରାଜୁ ଙ୍କ ଅଧ୍ୟକ୍ଷତାରେ ଉଦଘାଟନ ହୋଇଥିଲା । 

ଏହି କାର୍ଯ୍ୟ ଦୀର୍ଘ ଆଠ ଦିନ ଧରି ହୋଇ ଥିଲା । ଏହି ତାଲିମ୍ ଛାତ୍ରୀ ମାନଙ୍କୁ ଦୁଇ ଜଣ ଟ୍ରେନର ସୁନେଲି ପଲେଇ ଓ ଶ୍ରଦ୍ଧାଞ୍ଜଳି ପ୍ରଧାନ ଙ୍କ ଦ୍ୱାରା ଦିଆଯାଇଥିଲା ।  ଆତ୍ମ ସୁରକ୍ଷା ତାଲିମ୍ ଇନଚାର୍ଜ ଅଧ୍ୟାପିକା ଲିଜାଲିନ ଭୋଇ ଙ୍କ ତତ୍ୱାବଧାନରେ ଛାତ୍ରୀ ମାନଙ୍କୁ ତାଲିମ୍ ଦିଆଯାଉଥିଲା । ଆଜି ଏହି ତାଲିମ୍ ର ଶେଷ ଦିନ ହୋଇ ଥିଲା । ସବୁ ପିଲା ମାନେ ମଧ୍ୟ ବହୁ ସୁନ୍ଦର ଭାବେ ଉପ ସ୍ଥିତ ଥିଲେ ।  .

Dailyhunt
Disclaimer: This content has not been generated, created or edited by Dailyhunt. Publisher: ODISHA NEWS