ODISHA NEWS
ODISHA NEWS@odishanews

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ

ଜିଲ୍ଲା ସଦର ମହକୁମାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ
  • 234d
  • 20 shares

ରିପୋର୍ଟ : ଗୋପୀନାଥ ଗୌଡ଼ 
ରାୟଗଡ଼ା, (୦୧/୦୮) : ଆଜି ରାୟଗଡ଼ା ଜିଲ୍ଲା ପ୍ରଶାସନ ତରଫରୁ ଜିଲ୍ଲା ସଦର ମହକୁମା ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଛି । 

ଜିଲ୍ଲା ସଦର ମହକୁମାରେ ଅନୁଷ୍ଠିତ ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଶ୍ରୀମତି ସ୍ୱଧା ଦେବ ସିଂ, ଆରକ୍ଷୀ ଅଧିକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ପିଡି, ଡିଆର୍ଡିଏ ରବିନାରାୟଣ ତ୍ରିପାଠୀ, ଉପଜିଲ୍ଲାପାଳ ଭୀମସେନ ଶବର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ାକ୍ତର ଲାଲମୋହନ ରାଉତରାୟ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ବରିହା, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥୀ, ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ମିଶନ ଦୟାନିଧି ବଗ, ଉଦ୍ୟାନ କୃଷି ଉପ ନିର୍ଦ୍ଦେଶକ ପତିତପାବନ ସାମନ୍ତରାୟ, ଜିଲ୍ଲା ଯୋଗାଣ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଯାଜ୍ଞସେନୀ ବେହେରା, ତହସିଲଦାର ତାପସ କୁମାର ରାଉତ, ବିଡ଼ିଓ ଲକ୍ଷ୍ମୀ ନାରାୟଣ ସାବତ, ପୌର ନିର୍ବାହୀ ଅଧିକାରୀ ୟାସସିର ବିଲଲ ଅହମଦ, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଧ୍ରୁବଚରଣ ନାୟକ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଶେଖ ଆଲେନୁର, ନିର୍ବାହୀଯନ୍ତ୍ରୀ ବିଦ୍ୟୁତ ନାରାୟଣ ନାୟକ ଓ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ରହି ଅଭିଯୋଗ ଗୁଡିକର ଶୁଣାଣୀ କରିଥିଲେ ।

No Internet connection

Link Copied