ସୁବର୍ଣ୍ଣପୁର, (୨୯/୦୬) : ଆପ୍ର : ସୁବର୍ଣ୍ଣପୁର ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ପଏଁରୀ ଏବଂ ସଂସ୍କୃତି ମନ୍ତ୍ରାଳୟ, ଭାରତ ସରକାର, ନୁଆଁଦିଲ୍ଲୀ ସହଯୋଗରେ ଗଂଗାଧର ମେହେର ଉଚ୍ଚ ବିଦ୍ୟାଳୟ, ସାଗରପାଲି ଠାରେ ଗୁରୁ ଶିଷ୍ୟ ପରମ୍ପପରା ରିପେର୍ଟୋରୀ ଅନୁଦାନ ଅଧିନରେ ଏକ ସାରସ୍ୱତ ସାଂସ୍କୃତିକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି ।
““ପାରମ୍ପରିକ ଲୋକକଳା: ସରମଙ୍ଗଲା” ଶୀର୍ଷକରେ ଗଂଗାଧର ମେହେର ଉଚ୍ଚ ବିଦ୍ୟାଳୟ, ସାଗରପାଲି ର ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ସାହୁ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା । ଏହି ସୋପାନରେ କବି ତଥା ଲେଖକ ବରିଷ୍ଠ ଶିକ୍ଷକ ବନବାସ ମେହେର ମୁଖ୍ୟ ଆଲୋଚକ ଭାବରେ ଯୋଗଦାନ କରି ସରମଙ୍ଗଲା ଲୋକକଳା ଜୀବନ ଭିତରେ କଳାର ରସସିକ୍ତ ତରଙ୍ଗ ମନ ଓ ହୃଦୟରେ ଉଦ୍ବେଳନ ସୃଷ୍ଟିକରେ; ଜୀବନ ଧାରାକୁ ସହଜ, ସୁନ୍ଦର ମଧୁମୟ କରିବାରେ କଳା ହୁଏ ପ୍ରେରଣାର ଉତ୍ସ ।
ପ୍ରଥମେ ନୃତ୍ୟ ନିର୍ଦ୍ଦେଶକ ତଥା ଲୋକକଳା ଗବେଷକ ଗୁରୁ ଚୌଧୁରୀ ବିଭାର “ପାରମ୍ପରିକ ଲୋକକଳା: ସରମଙ୍ଗଲା” ଶୀର୍ଷକ ଏକ ସୁନ୍ଦର ପ୍ରବନ୍ଧ ଉପସ୍ଥାପନା କରିଥିଲେ । ଲୋକ କଳାକାର ମାନଙ୍କର କଳା ଜୀବନକୁ ସୁଶୃଙ୍ଖଳିତ ତଥା ରସମୟ କରେ । କଳା ବ୍ୟତିରକେ ଜୀବନ ନିରଳସ । କଳା ତ ମନୋରଂଜନ ପ୍ରଦାନ କ୍ଷେତ୍ରରେ ଏକ ମାଧ୍ୟମ ଏବଂ ସୌନ୍ଦର୍ଯ୍ୟ କରିଥାଏ ବୋଲି ପ୍ରସନ୍ନ କୁମାର ସାହୁ ତାଙ୍କ ସଭାପତିତ୍ୱ ବକ୍ତବ୍ୟରେ କହିଥିଲେ । ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ । ପଏଁରୀ ଅନୁଷ୍ଠାନ ଏହି ସୁନ୍ଦର କାର୍ଯ୍ୟକ୍ରମକୁ ଭୁରି ଭୁରି ପ୍ରସଂଶା କରିଥିଲେ । ଶେଷରେ ଶିକ୍ଷାନୁଷ୍ଠାନର କ୍ରୀଡା ଶିକ୍ଷକ ଉମେଶ ମେହେର ଧନ୍ୟବାଦ ଅର୍ପଣ କରିଥିଲେ । ଦୁଇ ଜଣ ଛାତ୍ର ଲକି ମେହେର ଓ ଶ୍ରୀ ହରିପାଲ ବାବୁ ସହଯୋଗ କରିଥିଲେ ।

