ODISHA NEWS
ODISHA NEWS@odishanews

ଜିଲ୍ଲାରେ ବିଭିନ୍ନ କ୍ରୀଡା ର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ର ସମନ୍ଵୟ ବୈଠକ ଅନୁଷ୍ଠିତ

ଜିଲ୍ଲାରେ ବିଭିନ୍ନ କ୍ରୀଡା ର ବିକାଶ ନିମନ୍ତେ ଜିଲ୍ଲା ପ୍ରଶାସନ ର ସମନ୍ଵୟ ବୈଠକ ଅନୁଷ୍ଠିତ
  • 218d
  • 22 shares

ରିପୋର୍ଟ : ଧ୍ରୁବରାଜ ମିଶ୍ର
ସୁବର୍ଣ୍ଣପୁର, (୨୦/୮) : ତୃଣମୂଳ ସ୍ତରରୁ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ସୁବର୍ଣ୍ଣପୁର ଜିଲ୍ଲାରେ ବିଭିନ୍ନ କ୍ରୀଡା ର ବିକାଶ ସହ ଲୋକାଭିମୁଖୀ କରିବା ଉଦ୍ଦେଶ୍ୟରେ ପ୍ରଶାସନ ତରଫରୁ ଏକ ସମନ୍ଵୟ ବୈଠକ ଜିଲ୍ଲାପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି । 

ଜିଲ୍ଲାରେ ବିଭିନ୍ନ କ୍ରୀଡା ର ପ୍ରଚାର ପ୍ରସାର ଓ ଲୋକାଭିମୁଖୀ ତଥା କ୍ରୀଡା ଏବଂ କ୍ରୀଡାବିତକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଆସନ୍ତା ୨୨/୮/୨୦୨୨ ରୁ ୨୯/୮/୨୦୨୨ ପର୍ଯ୍ୟନ୍ତ ଜିଲ୍ଲା କ୍ରୀଡା ସପ୍ତାହ ଭାବେ ପାଳନ କରାଯିବ । ଏହାଦ୍ୱାରା ଜିଲ୍ଲାରେ ଥିବା କ୍ରୀଡା ଭିତ୍ତିଭୂମି କ୍ରୀଡାବିତ ଏବଂ ଲୁକ୍କାୟିତ କ୍ରୀଡା ପ୍ରତିଭା କୁ ଚିହ୍ନଟ କରାଯିବା ସହ କ୍ରୀଡାକୁ ଜିଲ୍ଲାରେ ପ୍ରୋତ୍ସାହିତ କରାଯାଇ ପାରିବ ବୋଲି ବୈଠକ ର ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ଗୁରୁତ୍ୱାରୋପ କରିଛନ୍ତି ।

No Internet connection

Link Copied